ଭାଲୁ ଆକ୍ରମଣରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | September 08, 2020 IST

ପାଟଣା ୦୮।୦୯:  ଭାଲୁ ଆକ୍ରମଣରେ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମୋହନ ମାଝୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ କୁଣ୍ଡୁଳା ପଞ୍ଚାୟତ ଜୟପୁର ଗାଁରେ ଘଟିଛି ଘଟଣା ।

ସୋମବାର ଦିନ ସନ୍ଧ୍ୟା ସମୟରେ ମୋହନ ଘର ନିକଟରେ ଛିଡା ହୋଇଥିବା ବେଳେ ପାଖ ହୁଡ଼ିରୁ ଏକ ଭାଲୁ  ଆକ୍ରମଣ କରିଥିଲେ । ଯାହାଫଳରେ କି ଗୁରୁତର ଅବସ୍ଥାରେ ପଡିରହିଥିଲେ । ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ମୋହନଙ୍କ ବାମ ଜଙ୍ଘରେ ଗଭୀର କ୍ଷତ ହୋଇଥିବା ଜଣା ପଡ଼ିଛି। ତେବେ ଗତକିଛି ଦିନ ହେଲା ପାଟଣା ଅଞ୍ଚଳରେ ଭାଲୁ ଆକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.