Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ଏକାଥରକେ ତିନୋଟି ଭାଲୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

11/09/2020 at 7:55 AM

ନୂଆପଡ଼ା ୧୧।୦୯: ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର । ବ୍ୟକ୍ତିଜଣଙ୍କୁ ଏକାଥରକେ ଆକ୍ରମଣ କଲେ ତିନୋଟି ଭାଲୁ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭାଲୁ ଆକ୍ରମଣରେ ନୂଆପଡା ତିଲେଇଝର ଗାଁର ନନ୍ଦକୁମାର ସାହୁ ଗୁରୁତର ହୋଇଛନ୍ତି । ତାଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିଲକୁ ଯାଇଥିବା ବେଳେ ଭାଲୁମାନେ ତାଙ୍କୁ ଆକ୍ରମଣ କରିଥିଲେ । ପାଖରେ କେହି ନଥିବା ବେଳେ ନିଜ ସାହସ ଓ ବୁଦ୍ଧି ବଳରେ ସେ ଭାଲୁ କବଳରୁ ବଞ୍ଚି ଯାଇଛନ୍ତି ।

   Related Posts