ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | August 11, 2020 IST

ନୂଆପଡା ୧୧।୦୮: ନୂଆପଡାରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର । ଗୁରୁତର ବ୍ୟକ୍ତି ନୂଆପଡା ରେଞ୍ଜ ପଗାରପାଣି ଗାଁର ବଲଧର ମାଝୀ । ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସକାଳୁ ଶୌଚ ପାଇଁ ଯାଉଥିବା ବେଳେ ଦୁଇଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ । ସେ ପାଟି କରିବାରୁ ଲୋକେ ଧାଇଁ ଆସିଥିଲେ । ଲୋକଙ୍କ ଭିଡ ଦେଖି ଭାଲୁ ଜଙ୍ଗଲ ମୁହାଁ ହୋଇଥିଲା ।

ସୁଚନାଯୋଗ୍ୟ,ଆଜି ସକାଳୁ ଶୌଚ ପାଇଁ ନିଜ ବିଲପଟେ ଯାଉଥିବା ବେଳେ ଦୁଇଟି ଭାଲୁ ଆକ୍ରମଣ କରିଥିଲେ । ଯାହାଦ୍ବାରା ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ ମୁଣ୍ଡ ଓ ଜଙ୍ଘ ରେ ମଧ୍ୟ ଆଘାତ ରହିଛି । ସକାଳୁ ଶୌଚ ପାଇଁ ବଳଧର ବିଲପଟେ ଯାଉଥିବା ବେଳେ ରାସ୍ତା ଉପରେ ହିଁ ଚାରିଟି ଛୁଆ ଧରି ଯାଉଥିବା ଦୁଇଟି ବଡ ଭାଲୁ ବଳଧର ଙ୍କୁ ଆକ୍ରମଣ କରିଥିଲେ । ତେବେ ଜିବନ ବଞ୍ଚାଇବା ପାଇଁ ରଡି ଛାଡିବା ପରେ ଆଖ ପାଖ ରେ ବିଲରେ କାମ କରୁଥିବା ଲୋକେ ଦୌଡିଥିଲେ ।

{"id":312908,"sizeSlug":"large"}

ତେବେ ଲୋକଙ୍କୁ ଦେଖି ସମସ୍ତ ଭାଲୁ ଜଙ୍ଗଲ ପଟେ ଦୌଡି ପଳାଇଥିଲେ । ପରେ ଫୋନ ଯୋଗେ ଯୋଗାଯୋଗ କରିବା ପରେ ୧୦୮ ଆମ୍ବୁଲାନ୍ସ୍ ପହଞ୍ଚି ଗୁରୁତର ବଳଧର ଙ୍କୁ ସେଠାରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନୂଆପଡା ମୂଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଯେହେତୁ ଛାତିରେ ଓ ମୁଣ୍ଡରେ ଗଭିର ଆଘାତ ଲାଗିଛି ତେଣୁ ଅଧିକା ତଥା ଉତ୍ତମ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ପାଖରେ ରହିଛି ସାଲିହା ଜଙ୍ଗଲ, ଯେଉଁଥିରେ ଭାଲୁ ସଂରକ୍ଷଣ ପାଇଁ ବନ ବିଭାଗ ତରଫରୁ ସମସ୍ତ ସୁବିଧା ମଧ୍ୟ କରାଯାଇଛି । ଆଖପାଖ ଜଙ୍ଗଲର ତଳିଆ ଅଞ୍ଚଳରେ ରହିଥିବା ଗାଁ ମାନଙ୍କୁ କିଭଳି ଭାଲୁ ନଯିବ କିମ୍ବା କାହାକୁ କିଭଳି ଆକ୍ରମଣ ନ କରିବ ସେ ନେଇ ତାରଜାଲି ଦିଆଯାଇଥିଲା । ହେଲେ ଏବେ ତାହାସବୁ ଭୁଷୁଡି ଜଙ୍ଗଲ ଖୋଲା ରହିଛି । ଯାହାପାଇଁ ସନ୍ଧ୍ୟା ହେଲେ ଭାଲୁ ପଲ ତଳି ଅଞ୍ଚଳରେ ରହିଥିବା ଗାଁ ମାନଙ୍କୁ ପନି ପରିବା,ଫଳ ମୁଳ ଖାଇବା ପାଇଁ ଆସି ଥାଆନ୍ତି । ଅନେକ ସମୟରେ ତଳି ଅଞ୍ଚଳ ର ଲୋକେ ଭାଲୁ ଆକ୍ରମଣର ଶିକାର ହେଉଥିବା ବେଳେ ଲୋକଙ୍କୁ ସୁରକ୍ଷା ଦେବାପାଇଁ ସାଧାରଣରେ ଦାବି ହୋଇଛି । ଗୁରୁତର ବ୍ୟକ୍ତି ଙ୍କ ପାଖକୁ ବନ ବିଭାଗ କର୍ମଚାରୀ ପହଞ୍ଚି ସରକାର ଙ୍କ ତରଫରୁ ମିଳୁଥିବା ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.