Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନୂଆପଡାରେ ଭାଲୁ ଆତଙ୍କ, ଦୁଇ ଦିନରେ ୨ଜଣ ଗୁରୁତର

13/09/2020 at 11:08 AM

ନୂଆପଡା ୧୩।୦୯: ନୂଆପଡାରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ଜଣେ ଗୁରୁତର  ହୋଇଛନ୍ତି । ଗୁରୁତର ଅବସ୍ଥାରେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଡୋଙ୍ଗର ଗାଁର ଘଟଣା । ଗୁରୁତର ବ୍ୟକ୍ତିଙ୍କ ନାମ ଜଳନ୍ଧର ମାଝୀ ବୋଲି ଜଣାପଡିଛି ।

ଜଳନ୍ଧର ମାଝୀ ଆଜି ସକାଳ ସମୟରେ ଶୌଚ ପାଇଁ ପୋଖରୀକୁ ଯାଇଥିଲେ । ଠିକ୍ ଏହି ସମୟରେ ଗୋଟିଏ ଭାଲୁ ଆକ୍ରମଣ କରିଥିଲା । ଭାଲୁଟି ମୁହଁକୁ ଆକ୍ରମଣ କରିଥିବା ବେଳେ ଦୁଇଟି ଆଖି ନଷ୍ଟ ହୋଇ ଯାଇଥିବା ଅନୁମାନ କରାଯାଉଛି । ଜଳନ୍ଧରଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ଅଧିକ ଚିକିତ୍ସା ପାଇଁ ଭବାନିପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଜଳନ୍ଧରଙ୍କ ଗୋଡରେ ବି ଆଘାତ ଲାଗିଛି ।

   Related Posts