ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର

Published By : Prameya-News7 Bureau | January 27, 2021 IST

ଘଟଗାଁ ୨୭।୦୧: ଭାଲୁ ଆତଙ୍କ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର କୁଣ୍ଡଳପଣୀ ଗାଁରେ ଭାଲୁ ଆତଙ୍କରେ ବର୍ତ୍ତମାନ ସୁଦ୍ଧା ୩ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି ।  ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଖବର ଅନୁଯାୟୀ, ଗତକାଲି ସଂନ୍ଧ୍ୟାରେ କୁଣ୍ଡଳପାଣୀ ଗାଁରେ ମନୋଜ ନାମକ ଜଣେ ବ୍ୟକ୍ତି ନିଜ ଘରକୁ ଫେରୁଥିବା ବେଳେ ହଠାତ୍‌ ୩ଟି ଭାଲୁ ଆସି ଆକ୍ରମଣ କରିଥିଲେ । ଯାହାଫଳରେ ମନୋଜ ଚିତ୍କାର କରିଥିଲେ, ମନୋଜଙ୍କ ଚିତ୍କାର ଶୁଣି ଗାଁରୁ କିଛି ଲୋକ ଦୌଡି ଆସିଥିଲେ । ଯାହାଫଳରେ ଭାଲୁଗୁଡିକୁ ଘଟଣାସ୍ଥଳରୁ ଘଉଡାଇଥିଲେ । ଘଟଣାସ୍ଥଳରୁ ମନୋଜଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ସ୍ଥାନାନ୍ତରିତ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.