ମାଂସ ପାଇଁ କଟା ଯାଉଥିଲା ୨୦ରୁ ଅଧିକ ଗୋରୁ, ଧରିଲେ ଗ୍ରାମବାସୀ, ୨ ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | October 30, 2020 IST

ନିଆଳି, ୩୦।୧୦: କଟକ ଜିଲ୍ଲା  ନିଆଳି ଅଥଙ୍ଗାବସ୍ତିରେ ଗୋମାଂସ କଟା ଓ ଚୋରା ଚାଲାଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।  ୨୦ରୁ ଅଧିକ ଗୋରୁଙ୍କୁ ଏକା ସଙ୍ଗେ କଟାଯାଉଥିବା ଖବର ପାଇ ଗ୍ରାମବାସୀ ଚଢାଉ କଲେ । ତେବେ ପୋଲିସ ପହଞ୍ଚି ମାଂସ ଓ ଅଧା କଟା ଗୋରୁ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି ।

ସୂଚାନନୁସାର, ଗୁରୁବାର ବିଳମ୍ବିତ ରାତିରେ ଗ୍ରାମବାସସୀଙ୍କ  ଅତର୍କିତ ଚଢାଉରେ ମାଳମାଳ ଗୋରୁଙ୍କ କଟା ମୃତ ଦେହ ଓ ମାଂସ ହାଡ଼ ଜବତ ହୋଇଥିଲା । ବିଳମ୍ବିତ ରାତିରେ ନିଆଳି ଥାନା ଅଥଙ୍ଗା ବସ୍ତିରେ ୨୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ କଟାଯାଇ ଚାଲାଣ ହେବା ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ଚଢାଉ କରିବା ସହ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରୁ ବିପୁଳ ଗୋମାଂସ ଓ ଚମଡା ଇତ୍ୟାଦି ପୋଲିସ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି । ବାରମ୍ବାର ଏହି ଅଞ୍ଚଳରୁ ଗୋମାଂସ ଚାଲାଣ ରାଜ୍ୟ ବାହାରକୁ ହେଉଥିଲା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।ଏହି ଗୋମାଂସ ଚୋରା ଚାଲାଣର ଚେର ନିଆଳିରୁ ଆନ୍ଧ୍ର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ବ୍ୟାପିଥିବା ମଧ୍ୟ ସୂଚନା ମିଳିଛି।

{"id":353323,"sizeSlug":"large"}

ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିବାରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ  ଗ୍ରାମାଞ୍ଚଳ ଏସ୍‌ପି ବି ଯୁଗଳ କିଶୋର ଓ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି । ତେବେ ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା କହିଛନ୍ତି କଟକ ସଦର ଏସଡ଼ିପିଓ ।

ବାରମ୍ବାର ଏହି ଅଞ୍ଚଳରୁ ଗୋମାଂସ ଚାଲାଣ ହେଉଥିବାରୁ ପୁଲିସ ଓ ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରି ଗୋମାଂସ ଚାଲାଣରେ ରୋକ୍ ଲଗାଇବା ଜରୁରୀ ବୋଲି ଗ୍ରାମବାସୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.