ଖାଦ୍ୟ ଅନ୍ବେଷଣରେ ଆସି ୨ ଭାଲୁ ମୁହାଁମୁହିଁ , କାବୁ ପାଇଁ ବନବିଭାଗର ଉଦ୍ୟମ ଜାରି

Published By : Prameya-News7 Bureau | February 28, 2020 IST

ନବରଙ୍ଗପୁର ୨୮।୦୨: ଭୋକ ମେଣ୍ଟାଇବା ପାଇଁ ଭାଲୁଙ୍କ ସଂଘର୍ଷ । ଦୁଇଟି ଭାଲୁ ଭୋକ ମେଣ୍ଟାଇବା ପାଇଁ ଆସିଥିବା ବେଳେ ମୁହାଁମୁହିଁ ହୋଇ ପରସ୍ପର ପ୍ରତି ଆକ୍ରମଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

{"id":230231,"sizeSlug":"large"}

ଦହଣା ଗାଁର ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ କିଶୋର ଚନ୍ଦ୍ର ମିଶ୍ରଙ୍କ ବାଡ଼ିରେ ଥିବା ଗଛର ଫଳ ଓ ଆଖୁ ଖାଇବାକୁ ପସିଥିଲେ ଦୁଇଟି ଭାଲୁ । ବାଡ଼ି ଭିତରକୁ ପଶି ବାଡ଼ିରେ ଖାଦ୍ୟ ଖାଇବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ପରସ୍ପର ପ୍ରତି ଆକ୍ରମଣ କରିବାକୁ ଲାଗିଥିଲେ । ଏ ନେଇ ଜିଲ୍ଲା ବନ ବିଭାଗ ସହିତ ଯୋଗାଯୋଗ କରିବା ପରେ ଖୁବଶୀଘ୍ର ଭାଲୁ ଧରାଯିବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି ।

ଭାଲୁ ଧରିବା ପାଇଁ ଆବଶ୍ୟକୀୟ ସରଞ୍ଜାମ ସହିତ ବନ ବିଭାଗ କର୍ମଚାରୀ ପହଞ୍ଚିଥିବା ଡିଏଫଓ କହିଛନ୍ତି । ଯେଉଁଭଳି ଭାଲୁର କୌଣସି କ୍ଷତି ହେବ ନାହିଁ ଓ ଲୋକେ ମଧ୍ୟ ସୁରକ୍ଷିତ ରହିବେ ସେନେଇ ସତର୍କତା ମୂଳକ ପଦକ୍ଷେପ ନେଇ ଭାଲୁକୁ କାବୁ କରାଯିବ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.