ସାରା ଜୀବନର ସଞ୍ଚିତ ଅର୍ଥକୁ କରୋନା ଭ୍ୟାକସିନ୍‌ ପାଇଁ ଦାନ କରିଦେଲେ ଦିବ୍ୟାଙ୍ଗ ବିଡ଼ି ଶ୍ରମିକ, ଖାତାରେ ରହିଲା ମାତ୍ର ୮୫୦ ଟଙ୍କା

Published By : Prameya-News7 Bureau | April 26, 2021 IST

ନୂଆଦିଲ୍ଲୀ ୨୬/୪:  ଭ୍ୟାକସିନ୍‌ ନିର୍ମାତା କମ୍ପାନୀ ପାଖରୁ ଏବେ ରାଜ୍ୟ ସରକାର ସିଧାସଳଖ ଟିକା କ୍ରୟ କରିପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏନେଇ କମ୍ପାନୀ ନିଜ ଟିକାର ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରିଛନ୍ତି। ଟଙ୍କା ଦେଇ ଟିକା ଆଣିବା ପରେ ଲୋକଙ୍କୁ ମାଗଣାରେ ଦେବାକୁ କିଛି ରାଜ୍ୟ ଅସମର୍ଥ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଏହାରି ଭିତରେ ଓଡ଼ିଶା ସମେତ ୧୯ ରାଜ୍ୟ  ୧୮-୪୪ ବର୍ଷ ବୟସର ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଛନ୍ତି। ତେବେ ଏହି ଲିଷ୍ଟରେ ଏବେ ସୁଦ୍ଧା କେରଳ ନାହିଁ। ଯଦିଓ ଏହି ଖବରରେ ମାଗଣା ଟିକା ବିତରଣ ପ୍ରସଙ୍ଗ କିନ୍ତୁ ଏହାର ଅନ୍ୟ ଏକ ଦିଗ ମାନବିକତା ରହିଛି।

ଏବେ ବି ବଞ୍ଚିଛି ମଣିଷପଣିଆ। ଏମିତି ଶୀର୍ଷକ ଖୁବ ଦେଖିବାକୁ ମିଳୁଛି ସତ କିନ୍ତୁ କେରଳର ବିଡ଼ି ଶ୍ରମିକ ଜନାର୍ଦ୍ଦନ କରିଥିବା କାର୍ଯ୍ୟ ଖବରରେ ସ୍ଥାନ ପାଇବା ନିହାତି ଆବଶ୍ୟକ। କେରଳରେ ଟିକାକରଣ ମାଗଣା କରିବାକୁ ଲୋକେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସାମର୍ଥ୍ୟ ଅନୁସା​ରେ ଦାନ କରୁଥିବା ବେଳେ ଜନାର୍ଦ୍ଦନ କିନ୍ତୁ ନିଜ ଜୀବନର ସମସ୍ତ ପୁଞ୍ଜିକୁ ଦାନ କରିଛନ୍ତି। ସିଏମଡିଆରଏଫ୍‌କୁ ସମସ୍ତ ଟଙ୍କା ଦାନ କରିବା ପରେ ତାଙ୍କ ପାଖରେ କେବଳ ୮୫୦ ଟଙ୍କା ବଞ୍ଚିଛି । ତଥାପି ତାଙ୍କ ମୁହଁର ହସ ସ୍ପଷ୍ଟ କରୁଛି ଯେ, ସେ ସବୁ ଦାନ କରି ଆତ୍ମତୃପ୍ତି ପାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଜନାର୍ଦ୍ଦନ ନିଜ ପୁଞ୍ଜିର ୨ ଲକ୍ଷ ୮୫୦ ଟଙ୍କାରୁ ୨ ଲକ୍ଷ ଦାନ କରିଛନ୍ତି।  ସେ ଯେତେବେଳେ ଟଙ୍କା ଦାନ ପାଇଁ ବ୍ୟାଙ୍କରେ ପହଞ୍ଚିଥିଲେ ସେଠାରେ ଥିବା କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ଜୀବନର ସମସ୍ତ ପୁଞ୍ଜି ଦାନ କରିବା ପରେ କେମିତି ଚଳିବେ ବୋଲି ଜନାର୍ଦ୍ଦନଙ୍କୁ ବି ପଚାରିଥିଲେ ବ୍ୟାଙ୍କ କର୍ମଚାରୀ। ସେଠାରେ ସେ ଦେଇଥିବା ଉତ୍ତର ସମସ୍ତଙ୍କୁ ଭାବୁକ କରିପକାଇଥିଲା। ସେ କହିଥିଲେ, ମୁଁ ଏବେ ବି ବିଡ଼ି ଶ୍ରମିକ ଭାବେ କାର୍ଯ୍ୟ କରି ରୋଜଗାର କରିପାରୁଛି। ଦିବ୍ୟାଙ୍ଗ ହୋଇଥିବାରୁ ସରକାରଙ୍କ ପାଖରୁ ଭତ୍ତା ବି ମିଳୁଛି। ଗତବର୍ଷ ସ୍ତ୍ରୀଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ ଦୁଇ ଝିଅଙ୍କୁ ନେଇ ମୋ ପରିବାର । କିନ୍ତୁ ଲୋକମାନଙ୍କ ଜୀବନ ପୁଞ୍ଜିଠୁ ମୂଲ୍ୟବାନ ବୋଲି କହିଥିଲେ ଜନାର୍ଦ୍ଦନ। ଯେଉଁମାନେ ଭ୍ୟାକସିନ୍‌ ଟଙ୍କା ଦେଇ କିଣିପାରିବେନି ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ। 

ଅନେକ ଲୋକ ଏବେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡଙ୍କୁ ଦାନ କରୁଛନ୍ତି ସତ କିନ୍ତୁ ତାଙ୍କ ଭିତରେ ଜନାର୍ଦ୍ଦନ ନିଆରା ବୋଲି ଟ୍ବିଟ୍‌ରରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ । ଜଣେ ବିଡ଼ି ଶ୍ରମିକ ନିଜର ପୁଞ୍ଜି ୨ ଲକ୍ଷ ୮୫୦ ଟଙ୍କାରୁ ୨ ଲକ୍ଷ ଦାନ କରିଛନ୍ତି। ଏହା ହିଁ ପରଷ୍ପର ପ୍ରତି ଭଲ ପାଇବା। ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ କେରଳର ଅର୍ଥ ମନ୍ତ୍ରୀ ଥୋମାସ୍‌ ଆଇଜାକ୍‌ କାନୁରର ବିଡ଼ି ଶ୍ରମିକ ଜନାର୍ଦ୍ଦନଙ୍କ ବଦାନ୍ୟତାକୁ ଭୂୟସୀ ପ୍ରଶଂସା କରିଛନ୍ତି।

wp:embed {"url":"https://twitter.com/vijayanpinarayi/status/1385995331645579265","type":"rich","providerNameSlug":"twitter","responsive":true,"className":""}
https://twitter.com/vijayanpinarayi/status/1385995331645579265
/wp:embed wp:embed {"url":"https://twitter.com/drthomasisaac/status/1386177262232342532","type":"rich","providerNameSlug":"twitter","responsive":true,"className":""}
https://twitter.com/drthomasisaac/status/1386177262232342532
/wp:embed

ସୂଚନାଯୋଗ୍ୟ, ଭ୍ୟାକସିନ୍‌ ନେଇସାରିଥିବା ଲୋକେ ଏବେ ସୁଦ୍ଧା ସିଏମଡିଆରଏଫକୁ ୨୨ ଲକ୍ଷ ଟଙ୍କା ଦେଇଛନ୍ତି। ସେମାନଙ୍କ ବ୍ୟତୀତ ଏବେ ସୁଦ୍ଧା ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରେ ଦେଢ଼ କୋଟି ଟଙ୍କା ଲୋକେ ଜମା କରିଥିବା ନେଇ ଖୋଦ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.