Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବଗିଚାରେ କାମ କରୁଥିବା ବେଳେ ମହୁମାଛି ଆକ୍ରମଣ, ୩୫ ଆହତ

20/04/2020 at 1:44 PM

ବିଷମକଟକ ୨୦।୦୪: କୁର୍ଲି ପଞ୍ଚାୟତ ଖଜୁରୀ ଗାଁରେ ରବିବାର ମହୁମାଛି ଆକ୍ରମଣରେ ୩୫ଜଣ ଡଙ୍ଗରିଆ ଆହତ ହୋଇଛନ୍ତି । ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏମାନଙ୍କର ଚିକିତ୍ସା କରାଯାଇଥିବା ବେଳେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ରହିଛନ୍ତି ।

ସୂଚନା ଅନୁସାରେ, ଏହି ଡଙ୍ଗରିଆମାନେ ଗାଁ ପାଖ ବଗିଚାରେ କାମ କରୁଥିଲେ । ବଗିଚା ପାଖରେ ଥିବା ଏକ ଗଛରେ ମହୁଫେଣା ରହିଥିଲା । କୌଣସି କାରଣରୁ ଫେଣାରୁ ମହୁମାଛି ବାହାରି ସମସ୍ତଙ୍କୁ ଆକ୍ରମଣ କରିଥିଲେ । ଭୟରେ ଲୋକମାନେ ଗାଁ ଅଭିମୁଖେ ଦୌଡ଼ିଥିଲେ । ମହୁମାଛିଗୁଡିକ ଲୋକଙ୍କ ପିଛାକରି ମଧ୍ୟ ଆକ୍ରମଣ କରିଥିଲେ । ପରେ ସମସ୍ତ ଆକ୍ରାନ୍ତଙ୍କୁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା

   Related Posts