ଲଦାଖରେ -୪୦ ଡିଗ୍ରୀରେ ଚୀନର ମୁକାବିଲା ପାଇଁ ଭାରତର ପ୍ରସ୍ତୁତି ଶେଷ: ସେନା ଲାଗି ଆଧୁନିକ ଶଯ୍ୟା, ହିଟରଯୁକ୍ତ ଘର ପ୍ରସ୍ତୁତ

Published By : Prameya-News7 Bureau | November 18, 2020 IST

ନୂଆଦିଲ୍ଲୀ ୧୮।୧୧: ଭୀଷଣ ଥଣ୍ଡାରେ ଲଦାଖ ସେକ୍ଟରରେ ପାରଦ କ୍ରମାଗତ ଖସିବାରେ ଲାଗିଛି। ଅନ୍ୟପଟେ ଚୀନ ସହ ସୀମା ବିବାଦର ସମାଧାନ ହୋଇନଥିବାରୁ ଭାରତୀୟ ସେନା ଚୀନ ସୈନିକଙ୍କ କୌଣସି ପ୍ରକାର ଦୁଃସାହାସର ମୁକାବିଲା ପାଇଁ ଲଦାଖ ଅଞ୍ଚଳରେ ହଜାର ସଂଖ୍ୟକ ସୈନିକଙ୍କ ରହଣୀ ପାଇଁ ଅତ୍ୟାଧୁନିକ ବାସଗୃହ ପ୍ରସ୍ତୁତ କରିଛି। ସରକାରୀ ଭାବେ ବୁଧବାର ଏହାର ସୂଚନା ଦିଆଯାଇଛି। ଭାରତୀୟ ସେନା ଉପସ୍ଥିତି ଥିବା କିଛି  ଜାଗାରେ ତାପମାତ୍ରା ବିଯୁକ୍ତ ୪୦ ଡିଗ୍ରୀ ତଳକୁ ହ୍ରାସ ପାଇଥାଏ। ଏହା ବ୍ୟତୀତ ଅଧିକ ଉଚ୍ଚତା ବିଶିଷ୍ଟ ସ୍ଥାନରେ ଥଣ୍ଡା ସମୟରେ ୩୦ ରୁ ୪୦ ଫୁଟ୍‌ ପର୍ଯ୍ୟନ୍ତ ବରଫ ଜମି ରହିଥାଏ। ଏହାକୁ ଦୃଷ୍ଟିରେ ରଖି ଯବାନଙ୍କ ରହଣୀ ଲାଗି ଅତ୍ୟାଧୁନିକ ବାସଗୃହ ନିର୍ମାଣ କରାଯାଇଛି।

ଆର୍ମି ଦ୍ଵାରା ଜାରି ଭିଡିଓରେ ଭାରତୀୟ ସେନାର ପ୍ରସ୍ତୁତି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଏଥିରେ ସୈନିକଙ୍କ ପାଇଁ ଶଯ୍ୟା, ଆଲମାରୀ ଓ ହିଟରର ସୁବିଧା ରହିଛି। ଅନେକ କୋଠରୀରେ ଗୋଟିଏ ଗୋଟିଏ ବେଡ୍‌ର  ବ୍ୟବସ୍ଥା କରାଯାଇଛି। ସୂତ୍ର ଅନୁଯାୟୀ, ମୋର୍ଚ୍ଚାରେ ଉପସ୍ଥିତ ସୈନିକଙ୍କ ମୁତୟନ ହିସାବରେ ତାଙ୍କ ପାଇଁ ଗରମ ଟେଣ୍ଟର ବ୍ୟବସ୍ଥା କରାଯାଇଛି।

wp:html /wp:html

ସୂଚନା ଅନୁଯାୟୀ ଭାରତୀୟ ସେନା ଥଣ୍ଡା ସ୍ଥିତିକୁ ଦୃଷ୍ଟିରେ ରଖି ରୁଷର ଟେଣ୍ଟ କିଣାଯାଇଛି। କାନପୁରର ଅର୍ଡିନାନ୍ସ ଫ୍ୟାକ୍ଟ୍ରିରୁ ଏହି ଧରଣର ଟେଣ୍ଟ କିଣିବା ପାଇଁ ଯୋଗାଯୋଗ କରାଯାଇଛି। ଚୀନ ପାଙ୍ଗଙ୍ଗ ନିକଟ ଏଲଏସିରେ ସଂଘର୍ଷ ସ୍ଥାନରେ ଅସ୍ଥାୟୀ ଢାଞ୍ଚା ନିର୍ମାଣ କରିଛି। ଅଧିକାରୀ କହିଛନ୍ତି, ଲକ୍‌ଡାଉନ୍‌ କାରଣରୁ କିଛି ସଂସ୍ଥା ଭାରତୀୟ ସେନାର ସୈନିକଙ୍କ ପାଇଁ ବାସଗୃହ ନିର୍ମାଣ ପାଇଁ ଉପକରଣ ପ୍ରସ୍ତୁତରେ ସାହାଯ୍ୟ  କରିଥିଲେ। ହେଲେ ଲକ୍‌ଡାଉନ୍‌ କାରଣରୁ ସେନାକୁ ଏହା ପଉଲବ୍ଧ ହୋଇ ପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.