କରୋନା ମୁକାବିଲା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : କୋଭିଡ୍ ହସ୍ପିଟାଲରେ ବେଡ୍ ବଢିବ, ଦିନକୁ ୧୫,୦୦୦ ସ୍ବାବ୍ ପରୀକ୍ଷା ଯୋଜନା

Published By : Prameya-News7 Bureau | May 14, 2020 IST

ଭୁବନେଶ୍ବର ୧୪।୫: ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟରେ ଦିନକୁ ୧୫ ହଜାର ଟେଷ୍ଟ ପାଇଁ ଆଲୋଚନା ହୋଇଛି । ବେସରକାରୀ ହସ୍ପିଟାଲରେ କୋଭିଡ଼୍ ପରୀକ୍ଷାକୁ ମଧ୍ୟ ଅନୁମତି ଦିଆଯିବା ସହ ପରୀକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ ।

ବଲାଙ୍ଗୀରରେ ଆସନ୍ତା ୧୬ ତାରିଖରେ, କୋରାପୁଟରେ ୨୩ ତାରିଖରେ ଏବଂ ବାରିପଦା ମେଡିକାଲ କଲେଜରେ ୩୧ ତାରିଖରେ କୋଭିଡ୍ ପରୀକ୍ଷା ଆରମ୍ଭ ହେବ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉପକରଣ OSMCL ଜରିଆରେ ଶୀଘ୍ର କିଣିବା ପାଇଁ ପ୍ରସ୍ତାବ ଦିଆଯାଇଛି । ୨୦୧୩ର ଟୋବାକୋ ଆଇନକୁ ଦୃଢ଼ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ବୟସ୍କ ବ୍ୟକ୍ତି ଓ ପ୍ରସୂତୀଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ ଆସିଲେ ତୁରନ୍ତ ଘରୋଇ ସଂଗରୋଧରେ ପଠାଇ ଦିଆଯିବ । ଯେତେବେଳେ ଆବଶ୍ୟକ ପଡିବ ସଙ୍ଗେ ସଙ୍ଗେ ତାଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ସ୍ବଚ୍ଛତା ନେଇ ସ୍ବତନ୍ତ୍ର SOP ଜାରି କରାଯିବ । ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କୋଭିଡ଼ ହସ୍ପିଟାଲରେ ୪ ହଜାର ବେଡ୍ ବଢ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.