ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରାକାଳୀଙ୍କ ସପ୍ତମାତୃକା ପୂଜା : ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’
27/10/2019 at 9:28 AM

ଭଣ୍ଡାରିପୋଖରୀ ୨୭।୧୦: କାଳୀପୂଜା ଉପଲକ୍ଷେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରାକାଳୀଙ୍କର ସପ୍ତମାତୃକା ବେଶର ଆରମ୍ଭ ହୋଇଛି । ସପ୍ତମାତୃକା ବେଶର ପ୍ରଥମ ଦିନରେ ମା’ ଭଦ୍ରାକାଳୀ ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ।

ମା’ଙ୍କ ହାତରେ ବେଦ ସହ ବାହନ ଭାବେ ହଂସ ପୂଜା ପାଉଛନ୍ତି । ମା’ଙ୍କୁ ଏହି ବେଶରେ ଦର୍ଶନ କଲେ ସକଳ ଜ୍ଞାନ ପ୍ରାପ୍ତି ହୋଇଥାଏ । ଏହି ବେଶ ଦର୍ଶନ ପାଇଁ ବହୁସଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ସକାଳ ପ୍ରାୟ ୯ଟା ରୁ ମା’ଙ୍କ ଦର୍ଶନ ଆରମ୍ଭ ହୋଇଛି । ଆସନ୍ତାକାଲି ମା’ ମହାକାଳୀବେଶରେ ଦର୍ଶନ ଦେବେ ।