Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରୋନା ସଂକ୍ରମଣ କବଳରେ ରାଜଧାନୀ ଦିଲ୍ଲୀ, ୧୭ ହସ୍ପିଟାଲରେ ଗୋଟିଏ ବି ବେଡ୍‌ ଖାଲି ନାହିଁ

12/04/2021 at 3:52 PM

ନୂଆଦିଲ୍ଲୀ ୧୨/୪: କରୋନା ଭୂତାଣୁ ସଂକ୍ରମଣ ପୁଣି ଥରେ ଚିନ୍ତାର କାରଣ ପାଲଟିଛି। ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀ-ମହାରାଷ୍ଟ୍ର ଭଳି ରାଜ୍ୟରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଦିଲ୍ଲୀରେ ପାଖାପଖି ୧୭ ହସ୍ପିଟାଲରେ ଗୋଟିଏ ବେଡ୍‌ କରୋନା ରୋଗୀଙ୍କ ପାଇଁ ଖାଲି ନାହିଁ।

କରୋନା ସଂକ୍ରମଣ ଆକାଶ ଛୁଆଁ ହୋଇଥିବା ବେଳେ ଏଭଳି ଏକ ସଙ୍କଟ ସରକାରଙ୍କ ସମେତ ଲୋକଙ୍କ ନିଦ ହଜାଇଛି। ରାଜଧାନୀ ଦିଲ୍ଲୀରେ ଗୋଟିଏ ଦିନରେ ସଂକ୍ରମଣ ୧୦ ହଜାରରୁ ଅଧିକ ହେବା ପରେ ଏହି ଅସୁବିଧା ଦେଖିବାକୁ ମିଳିଛି । ରାଜଧାନୀରେ ଘରୋଇ ହସ୍ପିଟାଲରେ ବେଡ୍‌କୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ୧୭ଟି ଡାକ୍ତରଖାନାରେ ବେଡ୍‌ ହିଁ ଫାଙ୍କା ନଥିବା ଜଣାପଡ଼ିଛି।

ଦିଲ୍ଲୀ ସରକାରଙ୍କ କରୋନା ଆପ ଅନୁସାରେ ୧୨ ଏପ୍ରିଲ ଦ୍ବିପ୍ରହର ୧ ସୁଦ୍ଧା ୧୭ ଘରୋଇ ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ଥିବା ବେଡ୍‌ ଫୁଲ୍‌ ହୋଇଯାଇଛି। ଘରୋଇ ହସ୍ପିଟାଲ ବ୍ୟତୀତ ରାଜଧାନୀରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ହସ୍ପିଟାଲରେ ମଧ୍ୟ ବେଡ୍‌କୁ ନେଇ ସଙ୍କଟ ଦେଖାଦେଇଛି। ୫୦ ସରକାରୀ ହସ୍ପିଟାଲ ଏମତି ଅଛି ଯେଉଁଠି ପ୍ରାୟ ବେଡ୍‌ ଉପଲବ୍ଧ ନାହିଁ। ସେପଟେ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌ । ଏହା ପରେ ଉଭୟ ସରକାରୀ ଏବଂ ବେସରକାରୀ ହସ୍ପିଟାଲକୁ ବେଡ୍‌ ସଂଖ୍ୟା ବଢ଼ାଇବାକୁ ନିର୍ଦେଶ ଦେଇଛନ୍ତି।

   Related Posts