ଉଚ୍ଚ ଶିକ୍ଷା ବିଭାଗ ଅଧିନକୁ ଯିବ ସବୁ ବିଏଡ କଲେଜ, ପ୍ରକାଶ ପାଇଲା ବିଜ୍ଞପ୍ତି

Published By : Prameya-News7 Bureau | May 29, 2021 IST

ଭୁବନେଶ୍ୱର,୨୯/୦୫: ଜୁନ୍‌ ପହିଲାରୁ ରାଜ୍ୟରେ ଥିବା ସମସ୍ତ ବିଏଡ କଲେଜ ଗୁଡିକ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ । ଏବେ ରାଜ୍ୟର କିଛି ବିଏଡ୍‌ କଲେଜ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଓ ଅନ୍ୟ କିଛି କଲେଜ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ ଥିଲା । ତେବେ ଭିନ୍ନ ଭିନ୍ନ ବିଭାଗ ଅଧୀନରେ ଥିବା ଏହି ସମସ୍ତ ବିଏଡ୍‌ କଲେଜ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଶୁକ୍ରବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଲୋକସେବା ଭବନରେ ଉଚ୍ଚଶିକ୍ଷା ବିଭାଗ କ୍ୟାମ୍ପସ-୧ରେ ନୂତନଭାବେ ଶିକ୍ଷକ ଶିକ୍ଷା (ଟିଚର ଏଜୁକେସନ) ବିଭାଗ ପରିଚାଳନା ଲାଗି ସ୍ୱତନ୍ତ୍ର ସ୍ଥାନ ନିର୍ଦ୍ଧାରଣ କରାଯାଇଛି ।

ଏହି ନୂଆ ବିଭାଗରର ପରିଚାଳନା ଲାଗି ଡ.ସ୍ନିଗ୍‌ଧା ମିଶ୍ରଙ୍କୁ ଉପ ନିର୍ଦ୍ଦେଶକ ଏବଂ ଡ ସାରଦା ମିଶ୍ରଙ୍କୁ ସହକାରୀ ନିର୍ଦ୍ଦେଶକ ଭାବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତ କରାଯାଇଛି । ଏହି ଦୁଇଜଣଙ୍କ ଅଧୀନରେ ବିଏଡ କଲେଜର ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.