ରାଜଧାନୀରେ ବିଏଡ୍ ସାର୍ଟିଫିକେଟ୍ କେଳେଙ୍କାରୀ : ଟଙ୍କା ଦେଲେ ମିଳୁଛି ସାର୍ଟିଫିକେଟ୍

Published By : Prameya-News7 Bureau | July 29, 2019 IST

ଭୁବନେଶ୍ବର ୨୯/୭: ରାଜଧାନୀରେ ବିଏଡ୍ ସାର୍ଟିଫିକେଟ୍ କେଳେଙ୍କାରୀ। ଟଙ୍କା ଦେଲେ ମିଳୁଛି ସାର୍ଟିଫିକେଟ୍ । ପରୀକ୍ଷା ନ ଦେଇ ବି ସାର୍ଟିଫିକେଟ ମିଳୁଥିବାର ପ୍ରମାଣ ଲାଗିଛି ନ୍ୟୁଜ7 ହାତରେ। ଭୁବନେଶ୍ବରରେ ଛତୁ ଫୁଟିବା ଭଳି ଏଭଳି ଇନଷ୍ଟିଚ୍ୟୁଟ  ଖୋଲିଛି। ରାଜ୍ୟ ବାହାରର ୟୁନିଭର୍ସିଟି ଗୁଡ଼ିକ ସହ ଏମାନଙ୍କ ସହଭାଗିତା ଥିବା ଛାଚ୍ରଛାତ୍ରୀଙ୍କୁ କୁହାଯାଉଛି । ପିଲାଙ୍କୁ ଆକର୍ଷିତ କରିବାକୁ ସାରା ରାଜ୍ୟରେ ଦଲାଲ୍ ମାନଙ୍କୁ ରଖା ଯାଇଛି ।

{"id":138559,"width":531,"height":439}

ବିଶେଷକରି, ପାଠରେ ଦୁର୍ବଳ ପିଲାଙ୍କୁ ଟାର୍ଗେଟ କରାଯାଉଛି । ପରୀକ୍ଷା ନ ଦେଲେ ବି ରେଡିମେଡ୍  ସାର୍ଟିଫିକେଟ ଦିଆଯାଉଛି । ଏଭଳି ଅଭିଯୋଗ ଆସିଛି ହଂସପାଳ ନିକଟ ସତ୍ୟବିହାର ଅଞ୍ଚଳର SMECT success point ବିରୋଧରେ । ତେବେ ଏହି ଗୋଟିଏ ସଂସ୍ଥା ନୁହେଁ, ପୂରା ଭୁବନେଶ୍ବରରେ ରହିଛି ଏମିତି ଅନେକ ସଂସ୍ଥା । କିଛି ବର୍ଷ ତଳେ ନ୍ୟୁଜ7 ଏହାର ପର୍ଦ୍ଦାଫାସ କରିଥିଲା । କିଛି ଦିନ ଏମାନଙ୍କ ଉପରେ ଲଗାମ୍ ଲାଗିବା ପରେ ପୁଣି ଥରେ ବେଆଇନ ସାର୍ଟିଫିକେଟ କାରବାର ଆରମ୍ଭ ହୋଇଛି।

{"id":138560}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.