ରିଭିଲିଂ ଡ୍ରେସ ପାଇଁ ରାକ୍ଷୀ ସାଓ୍ବାନ୍ତକୁ ଟ୍ରୋଲ କଲେ ଫ୍ୟାନ୍ସ, କାନ୍ଦିକାନ୍ଦି ରାକ୍ଷୀ କହିଲେ ‘ସରିଗଲା ମୋ ଜୀବନ ’

Published By : Prameya-News7 Bureau | September 03, 2019 IST

ମୁମ୍ବାଇ୩|୯: ନିକଟରେ ରାକ୍ଷୀ ସାଓ୍ବାନ୍ତ ନିଜ ବିବାହକୁ ନେଇ ଜବରଦସ୍ତ ଚର୍ଚ୍ଚାରେ ରହିଥିଲେ।ରାକ୍ଷୀ ନିଜ ସଂପର୍କରେ କହିଥିଲେ ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖରେ ତାଙ୍କ ସ୍ବାମୀ ରିତେଶ କାମ କରୁଛନ୍ତି। ରାକ୍ଷୀଙ୍କ ବିବାହକୁ ନେଇ ଦିପକ୍ କଲାଲ ତାଙ୍କ ଉପରେ ଜୋରରେ ବର୍ଷି ଚାଲିଛନ୍ତି। ଦିପକ ଲଗାତର ଭାବେ ତାଙ୍କ ଉପ​‌ରେ କିଛି ନା କିଛି ବିବାଦୀୟ ଟିପ୍ପଣୀ ଦେଇଥାନ୍ତି।

{"id":152515}

ନିକଟରେ ରାକ୍ଷୀଙ୍କୁ ନେଇ ଦୀପକ ଦେଇଥିବା ଟିପ୍ପଣୀ ଉପରେ ରାକ୍ଷୀ ତାଙ୍କୁ ମୁହଁତୋଡ ଜବାବ ଥିଲେ।ରାକ୍ଷୀ ଏକ ରିଭିଲିଂ ଡ୍ରେସ ଫଟୋ ସୋସିଆଲ ମିଡିଆରେ ସେର କରିବାପରେ ପ୍ରଶଂସକଙ୍କ ଦ୍ବାରା ଟ୍ରୋଲ ହୋଇ ଆସୁଛନ୍ତି । ପ୍ରଶଂସକମାନେ ଟ୍ରୋଲ କରିବାପରେ ରାକ୍ଷୀ ବେଶ ଭାବ ପ୍ରବଣ ହୋଇ ଏକ ସେଲଫି ଭିଡିଓ କରି ପୋଷ୍ଟ କରିଛନ୍ତି ।ରାକ୍ଷୀ ସାଓ୍ବାନ୍ତଙ୍କର ଭାଇରାଲ ହୋଇଥିବା ଭିଡିଓରେ ସେ କଣ କହିଛନ୍ତି ଆସନ୍ତୁ ଜାଣିବା।

{"id":152521,"width":552,"height":833}

ରାକ୍ଷୀ କାନ୍ଦି କାନ୍ଦି କହିଛନ୍ତି ଯେ, ସେ ବହୁତ ଷ୍ଟ୍ରଙ୍ଗ ହେଲେ ଏବେ ତାଙ୍କ ଜୀବନ ଶେଷ ହୋଇଯାଇଛି। ନିଜକୁ ନିଜେ ବଡ଼ ଦେଖାଇ ହେବାରେ କୌଣସି କାରଣ ନାହିଁ।

{"id":152522}

ଲୋକମାନେ ତାଙ୍କୁ ବୁଝିପାରୁ ନାହାନ୍ତି । ଏହା ହିଁ ତାଙ୍କର ଦୁଃଖ ବୋଲି  ଭିଡିଓରେ ସେ କହିଛନ୍ତି।ନିଜ ଶରୀରକୁ ଦେଖାଇବା ପାଇଁ ସେ କେବେ ଚାହୁଁନଥିଲେ।ହେଲେ ତାଙ୍କ ପୋଷାକ ପାଇଁ ତାଙ୍କ ଶରୀର ଦେଖାଯାଇଥାଏ ବୋଲି ସେ ସଫେଇ ଦେଇଛନ୍ତି।

{"id":152523}

ଲୋକମାନେ ତାଙ୍କୁ ଅଯଥାରେ ଦୋଷ ଦେଉଛନ୍ତି। ତାଙ୍କ ସଂପର୍କରେ ଲୋକମାନେ ଖରାପ କଥା କହୁଛନ୍ତି। ରାକ୍ଷୀ କହିଛନ୍ତି ଯେ, ତାଙ୍କ ନିଜ ଲୋକଙ୍କର ମଧ୍ୟ ତାଙ୍କ ଉପରେ  ଭରସା ନାହଁ ।ସେ ଭୁଲ ଓ ତାଙ୍କ ଜୀବନ ଶେ​‌ଷ ହୋଇଯାଇଛ ବୋଲି ରାକ୍ଷୀ ଭିଡିଓରେ କାନ୍ଦି କାନ୍ଦି କହିଛନ୍ତିା

{"id":152524,"width":570,"height":268}

 ସେ ଆହୁରି ମଧ୍ୟ କହିଛନ୍ତି, ଡିଜାଇନର ତାଙ୍କୁ ଏହିଭଳି କଷ୍ଟ୍ୟୁମ ଦେଇଛନ୍ତି ସେ ବି ଜାଣି ନଥିଲେ , ଏହା ପିନ୍ଧିଲେ ବଡି ପାର୍ଟ ଏପରି ଭାବେ ରିଭେଲିଂ ହେବେ।ପୋଷାକ ପାଇଁ  ଅଧିକାଂଶ ସମୟରେ ସେ ବିବାଦରେ ରହିଥାନ୍ତି ବୋଲି ରାକ୍ଷୀ ନିଜେ କହିଛନ୍ତି।ରାକ୍ଷୀ ସବୁବେଳେ ହଟ୍ ହଟ୍ ଡ୍ରେସ ପିନ୍ଧିବା ଯୋଗୁ ଟ୍ରୋଲରେ ଶିକାର ହୋଇଥାନ୍ତି।ତାଙ୍କୁ ନେଇ ସବୁବେଳେ ବଲିଉଡରେ ଚର୍ଚ୍ଚା ଲାଗି ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.