ନିଜର ଚେହେରା ସୁନ୍ଦର ନାହିଁ ବୋଲି ଯଦି ଆପଣ ଚିନ୍ତିତ, ତାହେଲେ ନିଶ୍ଚୟ ପଢନ୍ତୁ ଏହି ଖବର

Published By : Prameya-News7 Bureau | April 30, 2019 IST

wp:heading {"level":5}
ନିଜ ଶରୀରକୁ ସବୁବେଳେ ସୁସ୍ଥ ଓ ସୁନ୍ଦର ରଖିବା ଆବଶ୍ୟକ । ସ୍ୱାସ୍ଥ୍ୟ ଠିକ୍‌ ରହିଲେ ରୋଗମୁକ୍ତ ହେବା ସହ ଜୀବନରେ ଅନେକ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ। ବିଶେଷ କରି ଝିଅଙ୍କ ପାଇଁ ସ୍ୱାସ୍ଥ୍ୟ ସୁସ୍ଥ ରହିବା ଅଧିକ ଆବଶ୍ୟକ। ଏଥିସହ ସୌନ୍ଦର୍ଯ୍ୟ ପାଇଁ ସଚେତନ ହେବା ଜରୁରୀ । ପ୍ରାୟ ମହିଳାମାନେ ନିଜ ତ୍ୱଚା ଓ ଚେହେରାର ରଂଗ ନେଇ ଚିନ୍ତିତ ଥିବା ଦେଖାଯାଏ। ପୁରୁଷମାନେ ମଧ୍ୟ ଆଜିକାଲି ଝିଅଙ୍କଭଳି ସୌନ୍ଦର୍ଯ୍ୟ ସଚେତନ ହେଲେଣି । ଉଭୟ ପୁଅ ଓ  ଝିଅ ସୁନ୍ଦର ଦେଖା ଯିବା ପାଇଁ  ଚିନ୍ତିତ ଥାନ୍ତି। ତେବେ ସ୍କିନ କେୟାର ଥେରାପି ଦ୍ବାରା ମଣିଷ ସୁନ୍ଦର ଦେଖାଯିବା ସହ ଏ ନେଇ ରହିଥିବା ଚିନ୍ତା ଦୂର ହେବ ।  ନିଜ ସ୍ୱାସ୍ଥ୍ୟ ସହ ଲୋକଙ୍କୁ ନିଜ ତ୍ୱଚାର ଧ୍ୟାନ ରଖିବା ମଧ୍ୟ ଜରୁରୀ।
/wp:heading {"id":109081}
wp:heading {"level":5}
ବହୁ ଲୋକେ ସୁନ୍ଦର ନଦେଖାଯିବା ସମସ୍ୟାରୁ ମୁକ୍ତ ହେବା ପାଇଁ ଅନେକ ଔଷଧ ଓ ସପଲିମେଣ୍ଟ ଖାଆନ୍ତି। ଏହା ସହ ଅନେକ ବ୍ୟୁଟି ପ୍ରଡକ୍ଟ ଓ କସମେଟିକ୍‌ର ସହୟତା ମଧ୍ୟ ନିଅନ୍ତି। ଏହି ସବୁ ଉପଚାର ଦାମି ହେବା ସହ କିଛି କ୍ଷେତ୍ରରେ କ୍ଷତିକାରକ ମଧ୍ୟ ହୋଇଥାଏ। କିନ୍ତୁ ଏହି ସବୁ ସମସ୍ୟାର ସମାଧାନ ପାଇଁ ଅନେକ ଫଳପ୍ରଦ ପ୍ରାକୃତିକ ଉପାୟ ମଧ୍ୟ ଅଛି।
/wp:heading {"id":109082}
wp:heading {"level":5}
ଆଜିକାଲିର ଧାଁ ଦୌଡ ଜୀବନରେ ସମୟ ଅଭାବରୁ ଲୋକେ ତ୍ୱଚାର ବିଶେଷ ଧ୍ୟାନ ରଖିପାରନ୍ତି ନାହିଁ। ଯାହା ଦ୍ୱାରା ତ୍ୱଚାର ରଂଗ ଓ ଚମକ ଫିକା ପଡିଯାଏ। କୋମଳ ଓ ଉଜ୍ୱଳ ତ୍ୱଚା କାହାକୁ ବା ପସନ୍ଦ ନୁହଁ। ପ୍ରାକୃତିକ ଉପଚାର ଦ୍ବାରା ତ୍ୱଚାରେ ଚମକ ଦୀର୍ଘସ୍ଥାୟୀ ହୋଇଥାଏ।
/wp:heading {"id":109083,"width":575,"height":365}
wp:heading {"level":5}
ଚେହେରାକୁ ମୁଲାୟମ କରିବା ପାଇଁ ଗରମ ଦିନରେ ସ୍ନାନ କରିବା ବେଳେ ପାଣିରେ ୨ଟି ଲେମ୍ବୁର ରସ ପକାଇଲେ ଏହା ତ୍ୱଚାର ରଂଗକୁ ସଫା କରିଥାଏ। ସେହିଭଳି ଗାଜର ରସରେ ଚେହେରା ଧୋଇଲେ ଅଧିକ ଚମକ ଆସେ ଓ ଗୋରାପଣ ମଧ୍ୟ ବଢିଥାଏ। ଏହି ପ୍ରକ୍ରିୟା କିଛି ମାସ ଯାଏଁ ଲଗାତାର କରିଲେ ତ୍ୱଚାର ଚମକ ବଢିଥାଏ ଓ ଫଳରେ ଲୋକେ ସୁନ୍ଦର ଦେଖାଯାଆନ୍ତି।
/wp:heading {"id":109084}

ମୁଲତାନୀ ମାଟି ପ୍ରତିଦିନ ୩୦ ମିନଟ୍‌ ଯାଏଁ ଚେହେରା ଲଗାଇବା ଲାଭଦାୟକ ହୋଇଥାଏ। ଏହା ତ୍ୱଚାରେ ଚମକ ଆଣିବା ସହ ମୁହଁରୁ ବିଭିନ୍ନ ପ୍ରକାର ଦାଗକୁ ହଟାଇ ଥାଏ। ମୁଲତାନୀ ମାଟି ଅଏଲି ସ୍କିନ ପାଇଁ ବେଶ୍‌ ଉପଯୋଗୀ। ମୁଲତାନୀ ମାଟିରେ ପ୍ରସ୍ତୁତ ଫେସପ୍ୟାକ ମୁହଁରେ ବ୍ରଣ ମଧ୍ୟ ଦୂର କରିଥାଏ।

{"id":109088,"width":584,"height":389}

ଦିନକୁ ୧୦ରୁ ୧୨ ଗ୍ଲାସ ପାଣି ପିଇବା ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ। ଏଧିକ ପରିମାଣର ପାଣି ପିଇବା ଫଳରେ ତ୍ୱଚା ଉଜ୍ଜ୍ବଳ ହୋଇଥାଏ । ଦିନକୁ ୮ ଘଣ୍ଟା ଶୋଇବା ଭଲ। ମାଦକ ଦ୍ରବ୍ୟ, ଫାଷ୍ଟଫୁଡ୍‌, ଛଣା ଖାଦ୍ୟ ଇତ୍ୟାଦିରୁ ଦୂରାଇ ରହିବା ଚେହେରା ପାଇଁ ଲାଭଦାୟକ ହୋଇଥାଏ । ହଳଦି, ଚନ୍ଦନର ପେଷ୍ଟ ମୁହଁରେ ଲଗାଇଲେ ସ୍କିନ ଟାଇଟ୍‌ ହୋଇଥାଏ ଓ ଚେହେରାର ଚମକ ଫେରି ଆସେ। ଏହି ସବୁ ଉପଚାର ଦ୍ବାରା ତ୍ୱଚା ଚମକିବା ସହ ବୟସ ମଧ୍ୟ କମ ଦେଖାଯିବ ।

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.