ସୁନ୍ଦରୀଙ୍କ ଦେଶ ଭାରତ : ୬ଜଣ ସୁନ୍ଦରୀ ଜିତିପାରିଛନ୍ତି ମିସ୍ ଓ୍ବାଲର୍ଡ଼ ମୁକୁଟ
14/12/2019 at 2:17 PM

ମୁମ୍ବାଇ ୧୪/୧୨: ଭାରତରେ ୬ଜଣ ସୁନ୍ଦରୀ ମିସ୍ ଓ୍ବାଲର୍ଡର ମୁକୁଟ ଜିତି ପାରିଛନ୍ତି। ଭାରତ ଏବଂ ଭେନେଜୁଏଲା ଏହି ଦୁଇଟି ଦେଶ ୬ଥର ମିସ୍ ଓ୍ବାଲର୍ଡ଼ ମୁକୁଟ ଜିତିସାରିଲାଣି।

୧୯୬୪ମସିହାରେ ଫେମିନା ମିସ୍ ଇଣ୍ଡିଆ ପ୍ରଥମ ଥର ହୋଇଥିଲା। ଏହା ପୂର୍ବରୁ ସ୍ଥାନୀୟ ପ୍ରେସ୍ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଏହା ଆୟୋଜନ କରିଥିଲେ। ଭାରତର ଏହି ସୁନ୍ଦରୀମାନେ ମିସ୍ ଓ୍ବାଲର୍ଡ଼ ମୁକୁଟ ଜିତିବାରେ ସଫଳ ହୋଇପାରିଥିଲେ।

୧.ରିଟା ଫାରିଆ : ରିଟା ଫାରିଆ ୧୯୬୬ମସିହାରେ ଭାରତର ପ୍ରଥମ ମିସ୍ ଓ୍ବାଲର୍ଡ଼ ହୋଇଥିଲେ। ରିଟା ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ। ସେ ପୁରସ୍କାର ରାଶିକୁ ନିଜ ପାଠପଢ଼ାରେ ଖର୍ଚ୍ଚ କରିଥିଲେ।

୨. ଐଶ୍ବର୍ଯ୍ୟା ରାୟ : ୧୯୯୪ମସିହାରେ ଐଶ୍ବର୍ଯ୍ୟା ରାୟ ଦ୍ବିତୀୟ ମିସ୍ ଓ୍ବାଲର୍ଡ଼ ହୋଇଥିଲେ। ଏହା ପରେ ସେ ଗୋଟିଏ ପରେ ଗୋଟିଏ ଫିଲ୍ମ ପାଇଁ ଅଫର ପାଇଥିଲେ।

୩. ଡାଏନା ହେଡେନ୍ : ୧୯୯୭ମସିହାରେ ଡାୟେନା ହେଡେନ୍ ତୃତୀୟ ମିସ୍ ଓ୍ବାଲର୍ଡ଼ ହୋଇଥିଲେ। ୨୦୦୮ମସିହାରେ ଡାୟେନା ହେଡେନ୍ ବିଗ୍ ବସକୁ ଆସିଥିଲେ।

୪. ଯୁକ୍ତା ମୁଖୀ : ୧୯୯୯ମସିହାରେ ଯୁକ୍ତା ମୁଖୀ ମିସ୍ ଓ୍ବାଲର୍ଡ଼ ମୁକୁଟ ଜିତିଥିଲେ।

୫. ପ୍ରିୟଙ୍କା ଚୋପ୍ରା : ୨୦୦୦ମସିହାରେ ପ୍ରିୟଙ୍କା ଚୋପ୍ରା ମିସ୍ ଓ୍ବାଲର୍ଡ ମୁକୁଟ ଜିତିଥିଲେ। ଏବେ ପ୍ରିୟଙ୍କା ବଲିଉଡ ଏବଂ ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ହୋଇପାରିଛନ୍ତି।

୬.ମାନୁଷୀ ଛିଲ୍ଲାର : ଦୀର୍ଘ ୧୭ବର୍ଷ ପରେ ଭାରତ ମିସ୍ ଓ୍ବାଲର୍ଡ଼ ମୁକୁଟ ଜିତିଥିଲା। ମାନୁଷୀ ଛିଲ୍ଲାର ମିସ୍ ଓ୍ବାଲର୍ଡ଼ ମୁକୁଟ ଜିତିଥିଲେ। ଆଗାମୀ ବର୍ଷ ତାଙ୍କର ଫିଲ୍ମ ‘ପୃଥ୍ବୀରାଜ ଚୌହାନ’ ମୁକ୍ତିଲାଭ କରିବ। ଏଥିରେ ସେ ଅକ୍ଷୟ କୁମାରଙ୍କ ବିପକ୍ଷରେ ଅଭିନୟ କରିବେ।