Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ହୋଟେଲ୍ ବାଥ୍‌ଟବ୍‌ରୁ ମିଳିଲା ବ୍ୟୁଟି କୁଇନ୍‌ଙ୍କ ମୃତଦେହ, ଗଣଦୁଷ୍କର୍ମ ପରେ ହତ୍ୟା

14/01/2021 at 11:29 AM

ମନିଲା ୧୪।୧: ଫିଲିପାଇନ୍ସରେ ଜଣେ ବ୍ୟୁଟି କୁଇନ୍ଙ୍କ ସହ ଗଣଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଛି । ବ୍ୟୁଟି କୁଇନ୍‌ଙ୍କୁ ମୃତଦେହ ହୋଟେଲର ଗାଧୁଆଘରୁ ଉଦ୍ଧାର କରାଯାଇଛି । ଏଭଳି ଘଟଣା ସାରା ଦେଶକୁ ଚକିତ କରିଛି । ଲୋକମାନେ ତାଙ୍କୁ ନ୍ୟାୟ ଦେବା ପାଇଁ ସୋସିଆଲ ମିଡିଆରେ ଅଭିଯାନ ମଧ୍ୟ ଆରମ୍ଭ କରିଦେଇଛନ୍ତି । ପୋଲିସର ପ୍ରାଥମିକ ତଦନ୍ତ ପରେ ବ୍ୟୁଟି କୁଇନ୍ କ୍ରିଷ୍ଟିନଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବ ଜଣାପଡିଛି ।

ସୂଚନା ଅନୁସାରେ ୨୩ ବର୍ଷ ବୟସ୍କା କ୍ରିଷ୍ଟନ ବ୍ୟୁଟି କୁଇନ୍ ହୋଇସାରିଛନ୍ତି । ସେ ଫିଲିପାଇନ୍ସ ଏୟାରଲାଇନ୍ସରେ ଫ୍ଲାଇଟ୍ ଆଟେଡାଣ୍ଟର କାମ କରୁଥିଲେ । ତାଙ୍କ ମୃତଦେହ ମକାତି ସହରରେ ଥିବା ଏକ ପଞ୍ଚ ତାରକା ହୋଟେଲର ଗାଧୁଆଘର ବାଥଟବ୍ ରୁ ମିଳିଛି । ପୋଲିସର ସୂଚନା ଅନୁସାରେ କ୍ରିଷ୍ଟିନଙ୍କ ଶରୀରରେ ଅନେକ ଗଭୀତ କ୍ଷତ ଚିହ୍ନ ରହିଛି ।

ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ହସ୍ପିଟାଲକୁ ପଠାଇଦେଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ ପରେ ଘଟଣା ସଂପର୍କରେ ଆହୁରି କିଛି ତଥ୍ୟ ପ୍ରମାଣ ମିଳିପାରିବ ବୋଲି ଆଶଙ୍କା କରାଯାଇଛି । କ୍ରିଷ୍ଟିନ୍ ଦବାଓ ସହରରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୭ ମସିହାରେ ମିସ୍ ସିଲଭା ଦବାଓର ରନର୍ସଅପ୍ ରହିଥିଲେ । ସେ ମାଟିୟା ଏନଜି ଦାବୋ ୨୦୧୯ର ଫାଇନାଲିଷ୍ଟ ରହିଥିଲେ ।

ପୋଲିସ ଏହି ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପୋଲିସର ସ୍କାନରରେ ୧୧ ଜଣ ରହିଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ସେହିଭଳି ଅନ୍ୟ ଲୋକଙ୍କ ସନ୍ଧାନରେ ପୋଲିସ ଟିମ୍ ନିୟୋଜିତ ଅଛନ୍ତି । ସେହିଭଳି ଫିଲିପାଇନ୍ସର ବ୍ୟୁଟି କୁଇନ୍ ଙ୍କ ସହ ଏଭଳି ଘଟଣା ଘଟିବା ସାମ୍ନାକୁ ଆସିବା ପରେ ଅସନ୍ତୋଷ ପ୍ରକାଶ ପାଇଛି ।  

   Related Posts