ନାବାଳକକୁ ଅଶ୍ଳୀଳ ଫଟୋ ପଠାଇ ଗିରଫ ହେଲେ ବ୍ୟୁଟି କ୍ୱିନ
9/12/2018 at 1:49 PM

ସୁନ୍ଦରୀ ପ୍ରତିଯୋଗିତାରେ ପଦ ହାସଲ କରିଥିବା ଜଣେ ମହିଳା ଏକ ନାବାଳକକୁ ଅଶ୍ଳୀଳ ଫଟୋ ପଠାଉଥିଲେ | ଘଟଣା ଆମେରିକାର କେଂଟୁକି ଅଂଚଳର | ୨୮ ବର୍ଷ ବୟସ୍କା ତଥା ବ୍ୟୁଟି କ୍ୱିନ ରେମସେ ବିରସେ ଜଣେ ୧୫ ବର୍ଷର ନାବାଳକକୁ ଅଶ୍ଳୀଳ ଫଟୋ ପଠାଇଥିଲେ | ତାଙ୍କୁ ଶୁକ୍ରବାର ଦିନ ଗିରଫ କରାଯାଇଛି | ସେ ଏକ ସ୍କୁଲରେ ବିଜ୍ଞାନ ଶିକ୍ଷୟତ୍ରୀ ଥିଲେ | ତେବେ ମହିଳା ଜଣକ ବିବାହିତା ବୋଲି ଜଣାପଡିଛି | ସେ ନିଜର ଜଣେ ଛାତ୍ରଙ୍କୁ ଫୋନରେ ଅଶ୍ଳୀଳ ଫଟୋ ପଠାଉଥିଲେ | ନାବାଳକରେ ଫୋନରେ ଅଶ୍ଳୀଳ ଫଟୋ ତାଙ୍କ ଶିକ୍ଷୟତ୍ରୀ ପଠାଉଥିବା ନେଇ ନାବାଳକଙ୍କ ବାପା ମା ପୋଲିସରେ ଅଭିଯୋଗ କରିଥିଲେ | ପୋଲିସ ଶୁକ୍ରବାର ଦିନ ମହିଳାଙ୍କୁ ଗିରଫ କରିଥିଲା | ତେବେ ମହିଳା ଜଣକ ସ୍ନାପ ଚାଟରେ ନିଜ ଛାତ୍ରକୁ ଅଶ୍ଳୀଳ ଫଟୋ ପଠାଉଥିବା ସ୍ୱୀକାର କରିଛନ୍ତି | ସେହି ଫଟୋଗୁଡିକ ଅଗଷ୍ଟ ମାସରୁ ଅକ୍ଟୋବର ମାସ ମଧ୍ୟରେ ପଠାଯାଇଥିଲା |
୨୦୦୪ ମସିହାରେ ରେମସେ ବିରସେଙ୍କୁ ମିସ କେଂଟୁକି ପଦ ମିଳିଥିଲା | ସେ ୨୦୧୬ ମସିହାରେ ବିବାହ କରିଥିଲେ | ତେବେ ୧୫ ବର୍ଷର ନାବାଳକକୁ ଅଶ୍ଳୀଳ ଫଟୋ ପଥୁଥିବା ଅଭିଯୋଗରେ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହେଲେ ତାଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ |