Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଆଶିଂକ ଲକ୍‌ଡାଉନ୍ ଜାରି : ସାରା ରାଜ୍ୟରେ ବିୟୁଟି ପାର୍ଲର, ସ୍ପା ଓ ଜିମ୍ ଖୋଲିବାକୁ ଅନୁମତି

15/07/2021 at 3:07 PM

ଭୁବନେଶ୍ବର ୧୫।୭: ରାଜ୍ୟରେ ଅଗଷ୍ଟ ୧ ତାରିଖ ଯାଏଁ ଜାରି ରହିଲା ଆଂଶିକ ଲକଡାଉନ୍ । ରାଜ୍ୟରେ ଲକ୍‌ଡାଉନ୍ କୋହଳ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି । ପୂର୍ବ ଗାଇଡ୍ ଲାଇନ୍ ଅନୁଯାୟୀ ରାଜ୍ୟର ୩୦ଟି ଜିଲ୍ଲାକୁ ଦୁଇଟି କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି ।   କ୍ୟାଟେଗୋରୀ ‘ଏ’ ରେ ୨୦ଟି ଜିଲ୍ଲା ରହିଥିବା ବେଳେ କ୍ୟାଟେଗୋରୀ ‘ବି’ରେ ୧୦ ଜିଲ୍ଲା ରହିଛି । କ୍ୟାଟେଗୋରୀ ‘ଏ’ ଜିଲ୍ଲାରେ ରାତି ୮ଟାରୁ ସକାଳ ୬ଟା ଯାଏଁ ଜାରି ରହିବ ନାଇଟ୍‌ କର୍ଫ୍ୟୁ । କ୍ୟାଟେଗୋରୀ ‘ବି’ ରେ ସନ୍ଧ୍ୟା ୫ରୁ ସକାଳ ୬ ଯାଏଁ ନାଇଟ୍‌ କର୍ଫ୍ୟୁ ଜାରି ରହିବ । କ୍ୟାଟାଗୋରୀ ‘ବି’ ଜିଲ୍ଲାରେ ରହିବ ସପ୍ତାହାନ୍ତ ଲକ୍‌ଡାଉନ୍‌ ।

ତେବେ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ଆସନ୍ତାକାଲିଠୁ ସାରା ରାଜ୍ୟରେ ବିୟୁଟି ପାର୍ଲର, ସ୍ପା ଓ ଜିମ୍‌ ଖୋଲାଯିବ । ରାଜ୍ୟରେ କରୋନା ମହାମାରୀର ଦ୍ବିତୀୟ ଲହର ଯୋଗୁଁ ଦୀର୍ଘ ୩ ମାସ ଧରି ସମସ୍ତ ବିୟୁଟି ପାର୍ଲର, ସ୍ପା, ଜିମ୍ ବନ୍ଦ ରହିଥିଲା । ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ବିୟୁଟି ପାର୍ଲର, ସ୍ପା, ଜିମ୍‌କୁ ଅନୁମତି ମିଳିଛି ।

ତେବେ ରାଜ୍ୟ ସରକାରଙ୍କ ଜୁଲାଇ ଗାଇଡ୍ ଲାଇନ୍‌ରେ ଏସବୁ ଖୋଲିବାକୁ ଅନୁମତି ମିଳିନଥିବା ଯୋଗୁଁ ଏହି ଗାଇଡ୍‌ଲାଇନ୍ସକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବିୟୁଟି ପାର୍ଲର, ସ୍ପା, ଜିମ୍ ସଂଘ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିୟୁଟି ପାର୍ଲର, ସ୍ପା, ଜିମ୍ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖାଯାଇଥିଲା । ତେବେ ରାଜ୍ୟରେ ଅନେକ ଦୋକାନ ଖୋଲିଥିବା ବେଳେ କାହିଁକି ବିୟୁଟି ପାର୍ଲର, ସ୍ପା ଏବଂ ଜିମ୍ ଖୋଲିବନି ବୋଲି ବିଭିନ୍ନ ସଂଘ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଦୀର୍ଘ ଦିନ ଧରି ବିୟୁଟି ପାର୍ଲର, ସ୍ପା ଏବଂ ଜିମ୍ ବନ୍ଦ ଥିବାରୁ ମାଲିକମାନେ ଅନେକ କ୍ଷତି ସହିଛନ୍ତି । ସେହିପରି ସେଗୁଡିକରେ କାମ କରୁଥିବା ଅନେକ କର୍ମଚାରୀ ରୋଜଗାର ହରାଇଛନ୍ତି । ତେବେ କେମିତି ସେମାନେ ତାଙ୍କ ଗୁଜୁରାଣ ମେଣ୍ଟାଇବେ ସେ ନେଇ ମଧ୍ୟ ସେମାନେ ଚିନ୍ତାରେ ଥିଲେ ।

ଆନ୍ଦୋଳନ ପରେ ରାଜ୍ୟ ସରକାର ସେମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଏଗୁଡିକ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ତେବେ ଏଥିପାଇଁ କିଛି କଟକଣା ଜାରି କରାଯାଇଛି । ସାମାଜିକ ଦୂରତା, ମାସ୍କ ପରିଧାନ ଆଦି ଉପରେ ଧ୍ୟାନ ଦେବାପାଇଁ କୁହାଯାଇଛି ।

   Related Posts