ସୁନ୍ଦରୀ ପ୍ରତିଯୋଗିତାରେ ହାତୀ, ନେପାଳର ଏକ ଅନନ୍ୟ ପରମ୍ପରା

Published By : Prameya-News7 Bureau | January 01, 2020 IST

କାଠମାଣ୍ଡୁ ୧।୧: ହାତୀମାନଙ୍କର ହେଉଛି ସୁନ୍ଦରୀ ପ୍ରତିଯୋଗିତା । ଦକ୍ଷିଣ-ପଶ୍ଚିମ ନେପାଳର ପର୍ଯ୍ୟଟନସ୍ଥଳୀ ସୌରାହାରେ ଆୟୋଜିତ ବାର୍ଷିକ ଉତ୍ସବ ଅବସରରେ ଚଳିତବର୍ଷ ୧୬ତମ ହସ୍ତୀ ମହୋତ୍ସବ ଆୟୋଜିତ ହୋଇଥିଲା । ଏହି ମହୋତ୍ସବରେ ହାତୀମାନଙ୍କର ସୁନ୍ଦରୀ ପ୍ରତିଯୋଗିତା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

{"id":205326,"sizeSlug":"large"}

ଏହି ପ୍ରତିଯୋଗିତାରେ ମୋଟ୍ ୫ଟି ହାତୀ ଯୋଗଦେଇଥିଲେ । ଏହି ହାତୀଗୁଡିକ ଦେଶ ବାହାରୁ ବିଭିନ୍ନ ପର୍ଯ୍ୟଟକ ହବ୍ ରୁ ଆସିଥିଲେ । ମାହୁନ୍ତମାନେ ଯତ୍ନଶୀଳ ହୋଇ ହାତୀମାନଙ୍କୁ ଏହି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିଥିଲେ । ପ୍ରତିଯୋଗିତା ପାଇଁ ହାତୀମାନଙ୍କର ଦୀର୍ଘ ଦିନ ଧରି ଅଭ୍ୟାସ ମଧ୍ୟ ଚାଲିଥିଲା । ହାତୀମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ପେଣ୍ଟିଂ ଦେଖିବାକୁ ମିଳିଥିଲା । ଏହାସହ ଆଇଲାଇନର, ନେଲ୍ ପଲିସ୍ ଆଦି ଲଗାଯାଇଥିଲା ।

wp:gallery {"ids":[205325]} /wp:gallery

ହାତୀମାନଙ୍କ ମଧ୍ୟରେ ଗୋଟିଏ ହାତୀକୁ ବିଜେତା ଘୋଷଣା କରାଯାଇଥିଲା । ହାତୀମାନଙ୍କର ନଖ ସଫା ଅଛି କି ନାହିଁ, ଶରୀର ଏବଂ ଚାଲିବା ଶୈଳୀ, ଶୃଙ୍ଖଳା ଏବଂ ମାହୁନ୍ତର ଆଦେଶ କେତେ ପାଳନ କରୁଛନ୍ତି ତାହା ବିଚାରକ ଦେଖିଥିଲେ । ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିବା ହାତୀକୁ ସ୍ବାଦିଷ୍ଟ ଖାଦ୍ୟପଦାର୍ଥ ଦିଆଯାଇଥିଲା । ଆଖୁ, କଦଳୀ ଏବଂ ଅମୃତଭଣ୍ଡା ଖାଇବାକୁ ଦିଆଯାଇଥିଲା । ହାତୀର ମାଲିକଙ୍କୁ ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ନେପାଳର ଏହି ହାତୀ ମହୋତ୍ସବ ହାତୀମାନଙ୍କୁ ମନୁଷ୍ୟମାନଙ୍କର ନିକଟତର କରାଇବା ସହ ହାତୀଙ୍କ ସୁରକ୍ଷା ପାଇଁ ସଚେତନ ମଧ୍ୟ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.