Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ମହିଳାଙ୍କୁ ସୁନ୍ଦରୀ କହିଲେ କିମ୍ବା କଫି ପିଇବାକୁ ଡାକିଲେ ସିଧା ଜେଲ୍

6/03/2020 at 7:21 PM

ଦୁବାଇ ୦୬।୦୩- ମହିଳାଙ୍କ ସୁନ୍ଦରତାକୁ ପ୍ରଶଂସା କରିବା କିମ୍ବା ସେମାନଙ୍କୁ କଫି ପିଇବାକୁ ଆମନ୍ତ୍ରିତ କରିବା ଏବେ ଆରବ ଦେଶରେ ପୁରୁଷଙ୍କୁ ମହଙ୍ଗା ପଡିପାରେ। ଏହି ଦେଶରେ ମହିଳାଙ୍କୁ ଫ୍ଲର୍ଟ କରିବା, ସେମାନଙ୍କର ପ୍ରଶଂସା କରିବା କିମ୍ବା କଫି ପିଇବାକୁ ଆମନ୍ତ୍ରିତ କରିବା ପୁରୁଷଙ୍କୁ ଜେଲର କାଠଗଡା ଯିବାକୁ ପଡିପାରେ।

‘ଖଲିଜ ଟାଇମ୍ସ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଯଦି କୌଣସି କମ୍ପାନୀରେ ମହିଳାଙ୍କ ସହିତ କାମ  କରୁଥିବା ସହଯୋଗୀ, କର୍ମଚାରୀ କିମ୍ଵା ଅଧିକାରୀ ମହିଳାଙ୍କୁ ଆବଶ୍ୟକତାଠୁ ଅଧିକ ପ୍ରଶଂସା କରନ୍ତି କିମ୍ବା କଫି କିମ୍ବା ଡିନରରେ ଯିବା ପାଇଁ ଆମନ୍ତ୍ରିତ କରନ୍ତି ତେବେ ଏହାକୁ ଫ୍ଲର୍ଟ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯିବ। ଆରବର ନୂତନ ନିୟମ ଅନୁଯାୟୀ ଫ୍ଲର୍ଟ କରିବା ଅପରାଧ ଏବଂ ଏଥିପାଇଁ ସେମାନଙ୍କୁ ଜେଲ୍ ଯିବାକୁ ପଡିପାରେ।

ରିପୋର୍ଟ ଅନୁଯାୟୀ ମହିଳାଙ୍କ ଉପହାସ କରିବା କିମ୍ବା କୌଣସି ଏମିତି କାମ ଯାହା ମହିଳାଙ୍କ ସମ୍ମାନକୁ ହାନୀ ପହଞ୍ଚାଏ ତେବେ ଏହା ଆରବ ସଂସ୍କୃତି ଏବଂ ପରମ୍ପରା  ବିରୋଧୀ। ୧୯୮୭ର କେନ୍ଦ୍ରୀୟ ଆଇନ ଅନୁଯାୟୀ କୌଣସି ବି ମହିଳାଙ୍କୁ ଅପମାନଜନକ ଶବ୍ଦ କହିବା କିମ୍ବା ବ୍ୟବହାରିକ ଭାବେ ସେମାନଙ୍କର ସମ୍ମାନକୁ ଆଘାତ କରାଯାଏ ତେବେ ଏହା ଅପରାଧ ଶ୍ରେଣୀରେ ଆସିବ। କେବଳ ଏତିକି ନୁହଁ ସାମାଜିକ ଗଣାମାଧ୍ୟମ ଜରିଆରେ କୌଣସି ବି ମହିଳାଙ୍କୁ ଅପମାନିତ କରିବା ପରି ବାର୍ତ୍ତା, ପୋଷ୍ଟ ଆଦି କରିବା ମଧ୍ୟ ଅପରାଧ ଶ୍ରେଣୀରେ ରଖାଯାଇଛି।

ଆରବ ପିନାଲ କୋଡର ଧାରା ୩୫୯ ଆଧାରରେ ଏମିତି ବ୍ୟକ୍ତିଙ୍କୁ ଗୋଟିଏ ବର୍ଷ କିମ୍ଵା ସେଥିରୁ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ପଡିପାରେ।  ଏହା ସହିତ ୧୦ ହଜାର ଟଙ୍କା ମଧ୍ୟ ଜୋରିମାନା ଦେବାକୁ ପଡିପାରେ। ଯଦି ଅପରାଧ କରିଥିବା କୌଣସି ବ୍ୟକ୍ତି ବିଦେଶୀ ହୋଇଥିବେ ତେବେ ନାଗରିକଙ୍କୁ ସଜା ପୂରା ହେବା ପରେ ଦେଶରୁ ବହିଷ୍କାର କରି ଦିଆଯିବ।

   Related Posts