ସ୍ବାଦ ସହିତ ତ୍ବଚାର ସୌନ୍ଦର୍ଯ୍ୟ ବଢ଼ାଇଥାଏ ଆମ୍ବ : ଜାଣନ୍ତୁ ଏହାର ଉପାଦେୟତା ବିଷୟରେ

Published By : Prameya-News7 Bureau | May 13, 2020 IST

ଆମ୍ବ ପ୍ରିୟ ବ୍ୟକ୍ତି ଗ୍ରୀଷ୍ମ ଋତୁକୁ ଅପେକ୍ଷା କରିଥାନ୍ତି। କାରଣ ଏହି ଋତୁରେ ମନ ଭରି ଆମ୍ବ ଖାଇବାକୁ ମିଳିଥାଏ। କିନ୍ତୁ ଆମ୍ବ କେବଳ ସ୍ବାଦ ପାଇଁ ନୁହେଁ ବରଂ ସ୍ବାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଖାସ୍ ହୋଇଥାଏ। ଆମ୍ବ ସାହାଯ୍ୟରେ ସୌନ୍ଦର୍ଯ୍ୟକୁ ମଧ୍ୟ ବୃଦ୍ଧି କରାଯାଇପାରିବ। କେଶକୁ କଣ୍ଡିସନର କରିବା ହେଉ କିମ୍ବା ତ୍ବଚାରେ ଚର୍ମ କୁଞ୍ଚନ ହଟାଇବା ଭଳି ଦୁଇଟି କାମରେ ଆମ୍ବ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଆମ୍ବର ଉପକାରୀତା ବିଷୟରେ

{"id":269454,"sizeSlug":"large"}

୧. ତ୍ବଚାରେ ଚର୍ମ କୁଞ୍ଚନ ଦୂର କରିଥାଏ ଆମ୍ବ : ଯଦି ଆପଣଙ୍କ ତ୍ବଚାରେ ଚର୍ମ କୁଞ୍ଚନ ଆରମ୍ଭ ହୋଇଥିବ ତେବେ ଆମ୍ବରୁ ପ୍ରସ୍ତୁତ ଫେସ୍ ପ୍ୟାକ୍ ଲଗାନ୍ତୁ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆମ୍ବ ରସ ଏବଂ ଅଣ୍ଡାର ଧଳା ଭାଗ ମିଶାଇ ପେଷ୍ଟ ବନାନ୍ତୁ। ଏହି ପ୍ୟାକକୁ ତ୍ବଚାରେ ଲଗାଇ ୩୦ମିନିଟ୍ ଯାଏଁ ଛାଡ଼ି ଦିଅନ୍ତୁ। ଏହି ପ୍ୟାକରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍ ଏବଂ କୋଲେଜନ୍ ଆପଣଙ୍କ ତ୍ବଚାରେ ଚମକ ଆଣିବ। ସପ୍ତାହରେ ଥରେ ଏହି ପ୍ୟାକ୍ ଲଗାଇଲେ ଆପଣଙ୍କ ତ୍ବଚା ସୁନ୍ଦର ଦେଖାଯିବ।

{"id":269456,"sizeSlug":"large"}

୨. ତ୍ବଚାକୁ ଉଜ୍ଜ୍ବଳ କରିଥାଏ : ଶୁଖିଲା ଆମ୍ବର ଚୋପାକୁ ପେଶି ଦିଅନ୍ତୁ। ଏବେ ଏହି ପାଉଡରରେ ଗହମର ଅଟା ଏବଂ ଗୋଲାପ ଜଳ ମିଶାଇ ପେଷ୍ଟ କରନ୍ତୁ। ଏହି ପ୍ୟାକକୁ ତ୍ବଚାରେ ଲଗାଇ ଶୁଖିବାକୁ ଦିଅନ୍ତୁ। ଏହା ପରେ ତ୍ବଚାରେ ପାଣିକୁ ସଫା​‌ କରି କ୍ରିମ୍ ଲଗାନ୍ତୁ। ଏପରି କରିବା ଦ୍ବାରା ତ୍ବଚାର ମଇଳାପଣ ଦୂର ହୋଇ ତ୍ବଚା ଉଜ୍ଜ୍ବଳ ହୋଇ ଉଠିବ।

{"id":269459,"sizeSlug":"large"}

୩. ତ୍ବଚାକୁ ଶୀତଳ କରିବ : ଖରାର ପ୍ରକୋପରୁ ତ୍ବଚାର ଉଜ୍ଜ୍ବଳତା ନଷ୍ଟ ହୋଇଯାଇଥିଲେ ଆମ୍ବ ରସରେ ବାଦାମ ପାଉଡର ଏବଂ କ୍ଷୀର ମିଶାଇ ପେଷ୍ଟ କରି ଦିଅନ୍ତୁ। ଏହାକୁ ତ୍ବଚାରେ ଲଗାନ୍ତୁ ଏବଂ ଶୁଖିବାକୁ ଦିଅନ୍ତୁ। ଏହା ପରେ ଥଣ୍ଡା ପାଣି​‌ରେ ଧୋଇ ଦିଅନ୍ତୁ। ପ୍ରତିଦିନ ଏହି ଫେସ୍ ପ୍ୟାକକୁ ଲଗାଇବା ଦ୍ବାରା ତ୍ବଚାର ଚମକ ଫେରି ଆସିବ।

{"id":269461,"sizeSlug":"large"}

୪. କେଶକୁ କଣ୍ଡିସନିଂ କରିଥାଏ ଆମ୍ବ : ଆମ୍ବ ରସରେ ଅଳ୍ପ ଦହି ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏଥିରେ ଦୁଇଟି ଅଣ୍ଡାର କେଶରକୁ ମିଶାଇ ଗାଢ଼ ପେଷ୍ଟ ବନାନ୍ତୁ। ଏହି ହେୟାର ମାସ୍କକୁ ତ୍ବଚାରେ ଅଧ ଘଣ୍ଟା ଯାଏଁ ଲଗାଇ ଛାଡ଼ି ଦିଅନ୍ତୁ। ଏହା ପରେ ଶାମ୍ପୁରେ କେଶ ଧୋଇ ଦିଅନ୍ତୁ। ମଜବୁତ କେଶ ପାଇଁ ଏବଂ ଧଳା କେଶ ସମସ୍ୟାକୁ ଦୂର କରିବା ପାଇଁ ଆମ୍ବ କୋଇଲିରୁ ପ୍ରସ୍ତୁତ ତେଲ ବ୍ୟବହାର କରନ୍ତୁ।

{"id":269462,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.