Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଚୂନା ଲଗାଇଲେ ସୁନ୍ଦରୀ ! ୩ ଥରରେ ଠକିନେଲେ ୪ ଲକ୍ଷ ୫୭ ହଜାର

7/08/2020 at 10:31 AM

ଅନୁଗୋଳ୭/୮: ମିସ୍‌ 420 (ଚାରଶୋ ବିଶ୍‌)ଙ୍କ କଳା କାରନାମା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି। ତାଳଚେର ଅଞ୍ଚଳରେ ଜଣେ ସୁନ୍ଦରୀ ତରୁଣୀ ମିସ୍‌ ୪୨୦ କୁ ନେଇ ଚର୍ଚ୍ଚା ଜୋର ଧରିଛି।

ମିସ୍ 420 କଲିଆରି ଥାନା ଅଞ୍ଚଳର ଏହି ଯୁବତୀ ଜଣଙ୍କ ଜଣେ ଅବସର ପ୍ରାପ୍ତ ଡାକ୍ତରଙ୍କୁ ଚୂନକାଳି ମାରିଛନ୍ତି। ତାଙ୍କ ପାଖରୁ ୪ ଲକ୍ଷ ୫୭ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। କୌଶଳ କ୍ରମେ ତରୁଣୀ ଜଣକ ୩ଟି କିସ୍ତିରେ ATM ନମ୍ବର ଆଉ OTP ନମ୍ବର ନେଇ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଛି ବୋଲି ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ଅବସର ପ୍ରାପ୍ତ ଡାକ୍ତର ଜଣକ ତାଳଚେର ଥାନାରେ ଅଭିଯୋଗ କରିଛନ୍ତି। ତରୁଣୀ ଜଣକ ଉଚ୍ଚଶିକ୍ଷିତା ଏବଂ ସେ ଜଣେ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଛନ୍ତି ବୋଲି କହି ଡାକ୍ତରଙ୍କୁ ଠକିଛି। ତେବେ ଡାକ୍ତର ଜଣକ ବାଘୁଆବୋଲ ଶିବ ମନ୍ଦିର ନିକଟରେ ରୁହନ୍ତି। ଅଭିଯୋଗ ପରେ ତାଳଚେର ପୋଲିସ ସମ୍ପୃକ୍ତ ତରୁଣୀକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ତେବେ ଏ ଘଟଣା କେତେ ଦୂର ସତ ତାହା ଏବେ ତଦନ୍ତ ସାପେକ୍ଷ।

   Related Posts