Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଏହି ସମୁଦ୍ରକୁ ତୀର ମାରି ଶୁଖେଇ ଦେଇଥିଲେ ପ୍ରଭୁ ଶ୍ରୀରାମ : ଆଜି ଏଠାରେ ଗଢି ଉଠିଛି ଏକ ସୁନ୍ଦର ସହର, ଜାଣନ୍ତୁ କେଉଁଠି

10/03/2019 at 3:20 PM

ଯୋଧପୁର ୧୦/୩ : ରାଜସ୍ଥାନରେ ଅନେକ ପର୍ଯ୍ୟଟନ ସ୍ଥଳୀ ଅଛି | ଏଠାକୁ ବର୍ଷ ସାରା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ | ଅନେକ ଜାଗା ବିଷୟରେ ଆପଣ ମଧ୍ୟ ଜାଣିଥିବେ | କିନ୍ତୁ ଏହି ସହର ବିଷୟରେ ଆପଣ ଜାଣିନଥିବେ | ଯଦି ଜାଣିଥିବେ ତା’ହେଲେ ଏହି ସହରର ଇତିହାସ ସମ୍ପର୍କରେ ଜାଣିନଥିବେ | ଆସନ୍ତୁ ଜାଣିବା ରାଜସ୍ଥାନର ଏହି ସହର ବିଷୟରେ ଏବଂ ଏହାର ଇତିହାସ ସମ୍ପର୍କରେ |


ରାଜସ୍ଥାନର ଏହି ସହରରେ ପୂର୍ବରୁ ସମୁଦ୍ର ଥିଲା ଯାହାକୁ ଜମ୍ବୋ ପ୍ରଦେଶ କୁହାଯାଉଥିଲା | ଶ୍ରୀରାମଙ୍କ ତ୍ରେତେୟା ଯୁଗରେ ଏଠାରେ ଏତେ ଲୁଣି ପାଣି ଥିଲା ଯେ, ଯଦି କୋଉ ମଣିଷ କିମ୍ବା ଜୀବ ଏହି ପାଣି ପିଇ ଦିଏ ତା’ହେଲେ ତାର ପ୍ରାଣ ବାୟୁ ଉଡିଯାଉଥିଲା | ଇତିହାସ ବିଶେଷଜ୍ଞ ଶ୍ରବଣ କୁମାର ଉପାଧ୍ୟାୟ କହିଛନ୍ତି ଯେ, ବାଲ୍ମୀକି ରାମାୟଣରେ ଏସବୁ ଉଲ୍ଲେଖ ଅଛି | ସେ କହିଛନ୍ତି, ଯେତେବେଳେ ଶ୍ରୀରାମ ଲଙ୍କା ଜୀବ ପାଇଁ ସମୁଦ୍ର ନିକଟକୁ ଆସିଥିଲେ ସେତେବେଳେ ସ୍ୱଅନୁଦ୍ରା ତାଙ୍କୁ ରାସ୍ତା ଦେଇନଥିଲା | ଫଳରେ ଶ୍ରୀରାମ ରାଗିଯାଇ ଧନୁ ବାହାର କରିଥିଲେ | ଏହା ଦେଖି ସମୁଦ୍ର ଅନୁରୋଧ କରିଥିଲା ଯେ, ପୃଥିବୀର ଏହି ଭୂଭାଗକୁ ଲକ୍ଷ୍ୟ କରି ଧନୁ ଛାଡ଼ନ୍ତୁ ଯେପରିକି ଏହି ଲୁଣି ପାଣିଯୁକ୍ତ ସମୁଦ୍ର ଶୁଖିଯିବ | ଏପରି କରିବା ଦ୍ୱାରା ଆପଣ ପ୍ରତିଶୃତି ବଦ୍ଧ ରହିବେ ବୋଲି କହିଥିଲା ସମୁଦ୍ର | ସମୁଦ୍ର କଥା ଶୁଣି ଶ୍ରୀରାମ ସେହି ଦିଗରେ ଧନୁ ଛାଡିଥିଲେ | ଏହାପରେ ଜମ୍ବୋ ପ୍ରଦେଶ ସୃଷ୍ଟି ହୋଇଥିଲା ଏବଂ ଧୀରେ ଧୀରେ ସେଠାରେ ଜନବସତି ଆରମ୍ଭ ହୋଇଥିଲା | ଯୋଧପୁର ସହରର ଭୂଭାଗକୁ ରାମକାଳ ଖଣ୍ଡର ସମକକ୍ଷ ବୋଲି ବିଚାର କରାଯାଏ |

View of Jodhpur, the blue city from Mehrangarh Fort, Johdpur


ଯୋଧପୁର ବିଶ୍ୱ ବିଦ୍ୟାଳୟର ସହଯୋଗୀ ପ୍ରଫେସର ଜୟ ନାରାୟଣ ବ୍ୟାସ କହିଛନ୍ତି ଯେ, ଏହା ପୂର୍ବରୁ ସ୍ପଷ୍ଟ ହୋଇନଥିଲା | କିନ୍ତୁ ଧୀରେ ଧୀରେ ଇତିହାସ ପୃଷ୍ଠା ଲେଉଟାଇବାରୁ ଏହା ସ୍ପଷ୍ଟ ହୋଇଥିଲା | ଆଉ ଜଣେ ପ୍ରଫେସର ଗୋବିନ୍ଦ ସିଂହ କହିଛନ୍ତି ଯେ, ବାସ୍ତବରେ ଯେତେବେଳେ ଏହି ଘଟଣା ସମ୍ପର୍କରେ ଜଣାପଡିଥିଲା ସେତେବେଳେ ବହୁତ ଆଶ୍ଚର୍ଯ୍ୟ ଲାଗିଥିଲା | ପ୍ରତ୍ୟେକ ଥର ଭାରତର ଧର୍ମ ଗ୍ରନ୍ଥର ସମସ୍ତ ତଥ୍ୟ ବୈଜ୍ଞାନିକ ତଥ୍ୟକୁ ସାହାଯ୍ୟ କରିଥାଏ ବୋଲି ସେ କହିଛନ୍ତି | ପୂର୍ବରୁ ସେଠାରେ ସମୁଦ୍ର ଥିବା ସେଠାକାର ଜମିରୁ ସ୍ପଷ୍ଟ ହେଉଛି | ପାହାଡର ପ୍ରାକୃତିକ କ୍ଷୟ ବା ଆକାର ଏହା ଦର୍ଶାଉଛି ଯେ, ପାଣିର ପ୍ରଖର ଗତି ବା ଜଳ ପ୍ରବାହ ସେଠାରେ ଥିଲା ବୋଲି କହିଛନ୍ତି ପ୍ରଫେସର |


ଏହି ସହର ହେଉଛି ଯୋଧପୁର | ଏବେ ମଧ୍ୟ ଏଠାରେ ଥିବା ଉଚ୍ଚ ପାହାଡ ମୁଣ୍ଡ ଟେକି କହୁଛି ଯେ, ତାର ଇତିହାସ ସାଧାରଣ ନୁହଁ | ମୁଣ୍ଡ ଟେକି ଛିଡା ହୋଇଥିବା ଏହି ଉଚ୍ଚ ପାହାଡ ସେହି ଇତିହାସର ମୁକସାକ୍ଷୀ ଏବଂ ଏହାର ବିଶେଷତ୍ୱ ଲୋକଙ୍କ ମନ ମୋହିଥାଏ | ଏଠାକାର ସଂସ୍କୃତି, ପରମ୍ପରା ଉଭୟ ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକୃଷ୍ଟ କରିଥାଏ | ସଂସ୍କୃତି ବିଶେଷଜ୍ଞ ଶକ୍ତି ସିଂହ କହିଛନ୍ତି ଯେ, ଏହି ମାଟିର ବାସନା ଲୋକଙ୍କ ମନ କିଣିଥାଏ | ସେଠାକାର ଇତିହାସ କହିବା ବେଳେ ଅନେକ ଥର ଆଖିରେ ଲୁହ ଆସିଯାଇଥାଏ | ଇତିହାସର ପୃଷ୍ଠା ଲେଉଟାଇଲେ ଜଣାପଡେ ଯେ, ଏହି ମାଟିରେ ଧୀର, ବୀର ଏବଂ ଗମ୍ଭୀର ମଣିଷ ଜନ୍ମ ହୋଇଛନ୍ତି ଯାହା ଦୁନିଆର ଆଉ କେଉଁଠି ମଧ୍ୟ ଦେଖିବାକୁ କି ପଢିବାକୁ ମିଳିନାହିଁ ବୋଲି କହିଛନ୍ତି ପ୍ରଫେସର ଶକ୍ତି ସିଂହ |

   Related Posts