Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

‘ପ୍ଲେବୟ’ ପାଇଁ ଦେଇଛନ୍ତି ନଗ୍ନ ଫଟୋ, ଅଲିମ୍ପିକ୍ସରେ ଜିତିଛନ୍ତି ପଦକ : ଗ୍ଲାମର୍ ଓ୍ୱାର୍ଲଡ୍‌ର ଷ୍ଟାର୍ ଖେଳାଳି

27/07/2021 at 2:58 PM

ନୂଆଦିଲ୍ଲୀ,୨୭/୦୭:   ସୁନ୍ଦରୀ ଆଥଲେଟ୍ । ନିଜ ଚେହେରା ଓ ରୂପ ପାଇଁ ସେମାନେ ଚର୍ଚ୍ଚାରେ । ଏବେ ଚାଲିଛି ଅଲିମ୍ପିକ୍ । ଅନେକ ଖେଳାଳି ପଦକ ବି ହାସଲ କଲେଣି । ଏହାମଧ୍ୟରେ ଆଇପିଏଲ ଇତିହାସରେ ଏପରି କିଛି ପ୍ରତିଯୋଗୀ ଅଛନ୍ତି ଯେଉଁମାନେ ନିଜର ନ୍ୟୁଡ୍ ଫଟୋସୁଟ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।

ବିଟ୍ ଗସ୍

ବିଟ୍ ଗସ୍ ହେଉଛନ୍ତି ଜର୍ମାନୀର ଆଥଲେଟ୍ । ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାଗ ନେଇଥିଲେ । ସେ ୧୦ ମିଟର୍ ଏୟାର ରାଇଫଲ୍ସରେ ୩୨ ତମ ସ୍ଥାନରେ ରହିଥିଲେ । ଏହି ଖେଳରେ ସେ ସାମିଲ ହେବା ପୂର୍ବରୁ ପ୍ଲେବୟ ମାଗାଜିନରେ ସ୍ଥାନ ପାଇସାରିଥିଲେ ।

ଆମାଣ୍ଡ ବିଅର୍ଡ

ଆମାଣ୍ଡା ତାଙ୍କ ଜୀବନ କାଳରେ ୪ ଥର ଅଲିମ୍ପିକ ଟିକେଟ୍ ପାଇଛନ୍ତି । ସେ ୭ଟି ପଦକ ମଧ୍ୟ ଜିତିଛନ୍ତି । ତେବେ ତାଙ୍କ ରୂପକୁ ନେଇ ସବୁଠି ଚର୍ଚ୍ଚା ହୋଇଥାଏ । ଆମେରିକାର ସନ୍ତରଣକାରୀ ଆମାଣ୍ଡାଙ୍କ ନାଁରେ ୨୦୦ ମିଟର୍ ସ୍ୱିମିଂରେ ରେକର୍ଡ ମଧ୍ୟ ରହିଥିଲା । ୨୦୦୮ ବେଜିଂ ଅଲିମ୍ପିକ୍ସ ପୂର୍ବରୁ ସେ ମାଗାଜିନ୍ ପାଇଁ ନ୍ୟୁଡ୍ ଫଟୋ ସୁଟ୍ କରିଥିଲେ ।

ରୋମି ତାରାଙ୍ଗୁଲ

ଜର୍ମାନ୍ ଜୁଡୋକ୍ୱିନ୍ ରୋମି କେବଳ ଥରଟିଏ ଅଲିମ୍ପିକ୍ ଟିକେଟ୍ ପାଇଛନ୍ତି ।  ପଦକ ପାଇବା ପୂର୍ବରୁ ଏଲିମିନେସନ୍ ରାଉଣ୍ଡରେ ସେ ପରାସ୍ତ ହୋଇଥିଲେ । ସେ ମଧ୍ୟ ପ୍ଲେବୟ ମାଗାଜିନ୍ ପାଇଁ ନିଜର ନେକେଡ୍ ଫଟୋ ସୁଟ୍ କରିଥିଲେ ।

ନିକୋଲ୍ ରେନହାର୍ଡଟ୍

ଜର୍ମାନୀର ଆଉ ଜଣେ ଆଥଲେଟ୍ ହେଲେ ନିକୋଲ୍ ରେନହାର୍ଡଟ୍ । ସେ ୨୦୦୮ ଅଲିମ୍ପିକରେ ମହିଳା ୫୦୦ ମିଟର୍ ଇଭେଣ୍ଟରେ ସୂର୍ଣ୍ଣ ଜିତିଥିଲେ । ଏହାପରେ ସେ ମାଗାଜିନର କଭର ପେଜ୍ ପାଇଁ ନ୍ୟୁଡ୍ ଫଟୋସୁଟ୍ କରିଥିଲେ ।

ଲୁଇଜା ରିନ୍ୟୁକିଜ୍

ଲୁଇଜା ମହିଳା ସନ୍ତରଣକାରୀ ବର୍ଗରେ ଭାଗ ନେଇଥିଲେ । ପରେ ସେ ମଡେଲିଂ ଦୁନିଆର ପାଦ ଦେଇତିଲେ । ପ୍ଲେବୟ ୨୦୧୧ ମାଗାଜିନ୍ ପାଇଁ ସେ ନ୍ୟୁଡ୍ ଫଟୋ ସୁଟ୍ କରିଥିଲେ ।

ଆମି ଆକୁଫ୍

୧୯୯୬ ଓ ୨୦୦୫ରେ ଅଲିମ୍ପିକରେ ସାମିଲ ଥିଲା ୟୁକ୍ରେନ ଆଥଲେଟ୍ ଆମି ନିଜର ସୁନ୍ଦର ଚେହେରା ପାଇଁ ସେତେବେଳେ ଚର୍ଚ୍ଚାରେ ରହିଥିଲେ । କେବେ ହେଲେ ଅଲିମ୍ପିକ୍ ପଦକ ଜିତିନଥିବା ଆମି ୨୦୦୪ରେ ମାଗାଜିନ୍ ପାଇଁ ନ୍ୟୁଡ୍ ଫଟୋସୁଟ୍ କରିଥିଲେ ।

   Related Posts