ଜନ୍ମଦିନ ପାର୍ଟିରେ ବ୍ୟୁଟିସିଆନକୁ ଘରକୁ ଡାକି ମଦ ପିଆଇ ଗଣଦୁଷ୍କର୍ମ କଲେ ୪ ସାଙ୍ଗ, ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ
7/09/2020 at 1:25 PM

ପ୍ରୟାଗରାଜ ୦୭/୦୯ : ସଙ୍ଗମ ନଗରୀ ପ୍ରୟାଗରାଜର ଧୁମନଗଞ୍ଜ ଥାନା ଅଞ୍ଚଳରେ ଏକ ଚାଂଚଲ୍ୟକର ଘଟଣା ଘଟିଛି | ଜଣେ ବ୍ୟୁଟିସିଆନଙ୍କୁ ଜନ୍ମ ଦିନ ପାର୍ଟିରେ ଡାକି ତାଙ୍କର ହିଁ ୪ ସାଙ୍ଗ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ | ସୂଚନା ଅନୁଯାୟୀ ଜନ୍ମଦିନ ପାର୍ଟିରେ ପ୍ରଥମେ ଯୁବତୀଙ୍କୁ ମଦ ପିଆଇ ଦିଆଯାଇଥିଲା | ଏହାପରେ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା | ଯୁବତୀଙ୍କୁ ଯୁବକମାନେ ମାରପିଟ ମଧ୍ୟ କରିଥିଲେ | ନିଶା ଅବସ୍ଥାରେ ରବିବାର ବିଳମ୍ବିତ ରାତିରେ ୨୦ ବର୍ଷୀୟ ଯୁବତୀ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ପୋଲିସକୁ କହିଥିଲେ | ପୋଲିସ ଯୁବତୀଙ୍କ ବୟାନ ଆଧାରରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା କରୁଛି |
ବେଣୀଗଞ୍ଜ ଅଞ୍ଚଳରେ ରହୁଥିବା ବ୍ୟୁଟିସିଆନ ତାଙ୍କ ସାଙ୍ଗ ଆଶିକ, ସୁଫିୟାନ, ସାବୁ ଓ ଅନ୍ୟ ଜଣେ ଯୁବକ ସୁଲେମ ସତ୍ୟ ସ୍ଥିତ ନିଜ ଘରକୁ ଡାକିଥିଲେ | ଘରକୁ ଡାକି ତାଙ୍କୁ ମଦ ପିଆଇଥିଲେ | ଏହାପରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ | ସେ ବିରୋଧ କରିବାରୁ ତାଙ୍କୁ ମାଡ ମାରିଥିଲେ | ଏହାପରେ ଯୁବତୀ କୌଣସି ପ୍ରକାରେ ସେଠାରୁ ବାହାରି ଥାନାରେ ପହଞ୍ଚି ଥିଲେ ଓ ସେଠାରେ ହିଁ ଅଚେତ ହୋଇଯାଇଥିଲେ |
ଚେତା ଆସିବା ପରେ ଯୁବତୀ ପୋଲିସକୁ ସମସ୍ତ ଘଟଣା କହିଥିଲେ | ତାଙ୍କ ବୟାନ ଆଧାରରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି | ତେବେ ଯୁବତୀ ଅଭିଯୁକ୍ତଙ୍କ ଘର ଠିକଣା ମଧ୍ୟ କହି ପାରୁନଥିଲେ, ଯେଉଁଥିପାଇଁ ପୋଲିସ ଅଭିଯୁକ୍ତର ଘରକୁ ଟ୍ରେସ କରିପାରିନଥିଲା ବୋଲି ଏସପି କହିଛନ୍ତି | ତେବେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି |