ଡାକ୍ତରଙ୍କୁ ମାଡ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଜନଜାତି ସୁରକ୍ଷା ମଞ୍ଚ

Published By : Prameya-News7 Bureau | June 22, 2020 IST

ବାରିପଦା ୨୨/୬: ସାଇ ନର୍ସିଂହୋମ୍‌ର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ପରମେଶ୍ବର ସିଂଙ୍କୁ ମାଡ ମରାଯିବା ଘଟଣାର ପ୍ରତିବାଦରେ ଜନଜାତି ସୁରକ୍ଷା ମଞ୍ଚର ମୟୂରଭଞ୍ଜ ଶାଖା ତରଫରୁ ଜିଲ୍ଲାପାଳଙ୍କୁ ଲିଖିତ ଦାବି ପତ୍ର ଦିଆଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି | ମାଡମରା ଘଟଣାକୁ ୨୦ ଦିନ ହେବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ବାଧ୍ୟ ହୋଇ ସଂଗଠନ ତରଫରୁ ସୋମବାର ଏହି ପଦକ୍ଷେପ ନେଇଛି |

ଗତ ୨ ତାରିଖ ଦିନ ରାତି ନିଶାସକ୍ତ ଅବସ୍ଥାରେ ଐଶର୍ଯ୍ୟରାଜ ପତି, ଲକ୍ଷ୍ମୀକାନ୍ତ ପତି ଓ ଲାଲମୋହନ ମାଝୀ ସାଇ ନର୍ସିଂହୋମରେ ଡାକ୍ତର ସିଂଙ୍କୁ ମାଡ ମରାଯାଇଥିବା ଥାନାରେ ୩ ତାରିଖ ଅଭିଯୋଗ ହୋଇଥିଲା | ବାରିପଦା ଥାନାରେ କେଶ ନଂ, ୩୬୦ରେ ଏକ ମାମଲା ରୁଜୁ ହୋଇଥିଲା | ଏହାପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଡା. ସିଂ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରିଥିଲେ | ତଥାପି ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରାଯିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି |

ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେବା ସମୟରେ ପୂର୍ବତନ ସିଡିଏମ୍ଓ ଡାକ୍ତର ଚନ୍ଦନ ମୁର୍ମୁ, ଡା. ଘନଶ୍ୟାମ ନାଏକ, ଡା. ମାନଗୋବିନ୍ଦ ସେନାପତି, ଲାଲମୋହନ ସିଂ, ପରେଶ ସିଂ, ଧୂମେଶ୍ବର ବାସ୍କେ, ବିଜୟ କୁମାର ମହାନ୍ତ, ଦାଖିନ ମୁର୍ମୁ, ଭୁଣ୍ଡା ମାରାଣ୍ଡି, ସମରାୟ ଟୁଡୁ, ବିକ୍ରମ କିଶୋର ହେମ୍ବ୍ରମ, ନରିକ ସିଂ ପୂର୍ତ୍ତି, ମାଣିକେଶ୍ବର କରେଇ, ସାନୁ ସିଂ, ମହେନ୍ଦ୍ର ମହାନ୍ତ, ଗୋବିନ୍ଦ ଚନ୍ଦ୍ର ମହାନ୍ତ, ଦିବାକର ମହାନ୍ତ, ଘନଶ୍ୟାମ ମହାନ, ଲିଙ୍ଗରାଜ ମିଶ୍ର ଉପସ୍ଥିତ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.