Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମଣିଷ ଫାଶରେ ପଡ଼ି ଛଟପଟ ଭାଲୁ : ପଥର ଖୋଳା ଶବ୍ଦରେ ହେଉଛନ୍ତି ଭୟଭୀତ

16/01/2020 at 4:31 PM

ବାଲେଶ୍ବର ୧୬/୧: ପୂରା ଏସିଆ ମହାଦେଶରେ ଓଡ଼ିଶାର ବାଲେଶ୍ବର ନୀଳଗିରି କୃଷ୍ଣଚୂଡ଼ ପାହାଡ଼ରେ ଅଧିକ ସଂଖ୍ୟକ ଭାଲୁ ଦେଖାଯାଆନ୍ତି ବୋଲି କୁହାଯାଉଛି । ଭାଲୁ-ମଣିଷ ଲଢ଼େଇରେ କେତେବେଳେ ଭାଲୁ ତ କେତେବେଳେ ବଳି ପଡ଼ୁଛି ମଣିଷ ।

ଏଠି ମଣିଷ ବସାଇଥିବା ଫାସରେ ପଡ଼ି ଛଟପଟ ହେଉଛି ଭାଲୁ । ଆଉ ଏଠି ଭାଲୁକୁ ଟ୍ରାଙ୍କୁଲାଇଜ୍‌ କରି ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛି ବନ ବିଭାଗ ଟିମ୍‌ । ଏହାଛଡ଼ା ଅନେକ ସମୟରେ ଜନବସତି ଆଡ଼କୁ ଚାଲି ଆସିଥିବା  ଭାଲୁକୁ ମଧ୍ୟ ପିଟି ପିଟି ମାରିଦେଉଛନ୍ତି ସ୍ଥାନୀୟ ଲୋକେ । ଏମିତିରେ କ’ଣ କେବଳ ଭାଲୁ ମରୁଛନ୍ତି ? ସେକଥା ନୁହେଁ ବିଭିନ୍ନ ସମୟରେ ଭାଲୁ ଆକ୍ରମଣରେ ଶିକାର ହେଉଛନ୍ତି ମଣିଷ । କେତେବେଳେ କାହାର ଜୀବନ ଯାଉଛି ତ ପୁଣି କେତେବେଳେ ଲହୁଲୁହାଣ ଅବସ୍ଥାରେ ହସ୍ପିଟାଲକୁ ଟେକା ହୋଇ ଯାଉଛନ୍ତି ।

ଏଠି ନୀଳଗିରି ଅଂଚଳରେ ଗୌତମ ଏକା ନୁହନ୍ତି, ତାଙ୍କ ଭଳି ଅନେକ ଲୋକ ବିଭିନ୍ନ ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ଭାଲୁ-ମଣିଷ ଭିତରେ ଚାଲିଥିବା ଏହି ଲଢ଼େଇରେ କେତେବେଳେ ଭାଲୁ ବଳି ପଡ଼ୁଛି  ତ କେତେବେଳେ ମଣିଷ । ହେଲେ କ’ଣ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ? ତା’ର କାରଣ ଖୋଜିବାକୁ କେହି କ’ଣ କେବେ ଚିନ୍ତା କରିଛନ୍ତି କି ?  ଉତ୍ତର ଜାଣିବାକୁ ନୀଳଗିରି କୃଷ୍ଣଚୂଡ଼ ପାହାଡ଼ ଅଂଚଳରେ ପରିସ୍ଥିତି ପରଖିଥିଲା ନ୍ୟୁଜ୍‌ 7 ଟିମ୍‌ ।

 ଭାଲୁ ମୁହଁରେ ନିଜ ଜୀବନକୁ ବାଜି ଲଗାଇ କାରଣ ଖୋଜିବାକୁ ଚେଷ୍ଟା କରିଥିଲା । ଏଠି  କୃଷ୍ଣଚୂଡ଼ ପାହାଡ଼ ଅଂଚଳରେ ରାତିଦିନ ବେଆଇନ୍‌ ପଥର ଖୋଳା ଚାଲିଛି । ସକ୍ରିୟ ଅଛନ୍ତି ପଥର ମାଫିଆ । ବଡ଼ ବଡ଼ ପଥର ଖଣ୍ଡକୁ ଫଟାଇବାକୁ ଲାଗୁଛି ଡାଇନାମାଇଟ୍‌ । ଆଉ ବ୍ଲାଷ୍ଟିଂରେ ଥରିଉଠୁଛି ସାରା ଅଂଚଳ । ଏମିତିରେ ପାହାଡ଼ ଉପରେ ପଥର ଖୋଲରେ ରହୁଥିବା ଭାଲୁ କେମିତି ଶାନ୍ତିରେ ରହିପାରିବ ? ଭୟଭୀତ ହୋଇ ସେମାନେ ପାହାଡ଼ ତଳେ ଥିବା ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି । ଆଉ ମଣିଷ ସହ ଭାଲୁର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ଏହା ଛଡ଼ା ଅନେକ ସମୟରେ ଲୋକେ ଜାଳ ପାଇଁ ଶୁଖିଲା ଡାଳପତ୍ର ଗୋଟାଇବାକୁ ପାହାଡ଼ ଉପରକୁ ଯିବା ବେଳେ ମଧ୍ୟ ଭାଲୁ ହାବୁଡ଼ରେ ପଡ଼ୁଛନ୍ତି ।

   Related Posts