ପାକିସ୍ତାନରେ ଦାଢ଼ି କାଟିବା ଉପରେ ଲାଗିଲା କଟକଣା, ୪ଜଣ ଚୁଟି କଟାଳି ହେଲେ ଗିରଫ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | October 04, 2019 IST

ଇସ୍ଲାମାବାଦ୪|୧୦: ଏବେ ଯୁବ ପିଢ଼ି ଷ୍ଟାଇଲିଶ ଦାଢ଼ି ଓ ଚୁଟି କାଟିବା ପାଇଁ ବହୁତ ପସନ୍ଦ କରୁଛନ୍ତି। ଭାରତରେ ଅଧିକାଂଶ ଯୁବକ ଜେଣ୍ଟ୍ସ ବିୟୁଟି ପାର୍ଲର ଯାଇଥାନ୍ତି। ସେମାନେ ନିଜ ଇଚ୍ଛାରେ ଦାଢ଼ି କାଟିଥାନ୍ତି। ହେଲେ ଭାରତର ପଡୋଶୀ ଦେଶ ପାକିସ୍ତାନରେ ଷ୍ଟାଇଲିଶ ଦାଢ଼ି କାଟିବା ଉପରେ ଏବେ ରୋକ ଲାଗିଛି। ପାକିସ୍ତାନରେ ଯୁବକମାନେ ନିଜ ଇଚ୍ଛାରେ ଦାଢ଼ି କାଟି ପାରିବେ ନାହିଁ ବୋଲି ପାକିସ୍ତାନ ପ୍ରଶାସନ କଡ଼ା ନିର୍ଦେଶ ଦେଇଛନ୍ତି। ଏହି ମାମଲାରେ ପାକିସ୍ତାନର ୪ ଜଣ ଚୁଟି କଟାଳିଙ୍କୁ ପାକ୍‌ ପୋଲିସ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ଷ୍ଟାଇଲିଶ ଦାଢ଼ି କାଟିବା ବ୍ୟାନ କରିବା ସତ୍ବେ ଗ୍ରାହକଙ୍କୁ ଷ୍ଟାଇଲିଶ ଦାଢ଼ି କାଟିବା ଅଭିଯୋଗରେ ଚାରି ଜଣ ଚୁଟି କଟାଳିଙ୍କୁ ପାକିସ୍ତାନ ପୋଲିସ ଗିରଫ କରିଛି। ଏହାସହ ଦାଢ଼ି କଟା ଅଭିଯୋଗରେ ଚାରିଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବା ଲାଗି ମଧ୍ୟ କୁହାଯାଇଛି।

wp:core-embed/twitter {"url":"https://twitter.com/RabwahTimes/status/1179965989578055680","type":"rich","providerNameSlug":"twitter","className":""}
https://twitter.com/RabwahTimes/status/1179965989578055680
/wp:core-embed/twitter

ପା୍କ୍ ପୋଲିସର ଏଭିଳି କାର୍ଯ୍ୟକଳାପକୁ କେହି ଜଣେ ଗ୍ରାହକ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଷ୍ଟାଇଲିଶ ଦାଢ଼ି କାଟିବା ଇସ୍ଲାମିକ ଧର୍ମ ଘୋର ବିରୋଧ ବୋଲି ପୂର୍ବରୁ ପାକିସ୍ତାନ ପ୍ରଶାସନ ଜନସାଧାରଣଙ୍କୁ ଜଣାଇ ଦେଇଥିଲେ। ଏହା ସତ୍ବେ ଏଭଳି ଚୁଟି କାଟିବାରୁ ପୋଲିସ ଚାରି ଜଣ ଚୁଟି କଟାଳିଙ୍କୁ ଗିରଫ କରିବା ସହ ୫ ହଜାର ଟଙ୍କା ଜରିମାନା ଦେବା ଲାଗି ନିର୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.