୨୦ ଫୁଟ କୂଅ ଭିତରେ ଖସିପଡିଲା ଭାଲୁ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | February 23, 2021 IST

ନବରଙ୍ଗପୁର ୨୩।୨: ଶୁଖିଲା କୂଅ ଭିତରେ ପଡିଛି ଭାଲୁ । ସୋମବାର ରାତିରୁ ପାଖାପାଖି ୨୦ ଫୁଟ କୂଅରେ ଗୋଟିଏ ଭାଲୁ ପଡିଛି ।  

{"id":413199,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ସଦର ବ୍ଲକ୍ ଦେଉଳା ଗାଁର ବିଭୀଷଣ ମାଳିଙ୍କ ଚାଷ ଜମିରେ କିଛି ଅଂଚଳ ପରିବା ଚାଷ କରିବା ପାଇଁ ସେ କୂଅ ଖୋଳିଥିଲେ । କୂଅଟି ବର୍ତ୍ତମାନ ସମ୍ପୂର୍ଣ୍ଣ ଶୁଖିଲା ରହିଥିଲା । ରାତି ସମୟରେ ଭାଲୁଟି ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ଆସିବା ସମୟରେ କିମ୍ବା ଫେରିକି ଯିବା ସମୟରେ କୂଅରେ ଖସିପଡିଥିବା ଜଣାପଡିଛି । ଭାଲୁଟି ବୟସ୍କ ହୋଇଥିବାବେଳେ ଗୋଠ ଛଡା ହୋଇ ବୁଲୁଥିଲା ବେଳେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦେଉଳା ଗାଁ ଏବଂ ଆଖପାଖ ଗାଁର ଲୋକ ଘଟଣାସ୍ଥଳରେ ଭିଡ ଜମାଇଛନ୍ତି । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.