ବନଖଣ୍ଡରେ ଭାଲୁ ଆତଙ୍କ, ୨ ଗୁରୁତର
6/08/2020 at 9:35 PM

ରାଇରଙ୍ଗପୁର୬/୮: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡରେ ଭାଲୁ ଆତଙ୍କ, ଗୋଟିଏ ଦିନରେ ପୃଥକ ପୃଥକ ରେଞ୍ଜରେ ଦୁଇ ଜଣଙ୍କୁ ଭାଲୁ ଆକ୍ରମଣ କରିଥିବା ଜଣାପଡ଼ିଛି। ମଣଦା ରେଞ୍ଜ ନଙ୍ଗଳବେଣ୍ଟା ପୋଖରିଆ ଅଂଚଳର ଭୀମ ଟୁଡୁ ଛେଳି ଚରାଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ସେହିପରି ବାଦାମପାହାଡ଼ ରେଞ୍ଜ ଧାଙ୍ଗଡିମୁତା ଅଂଚଳର ଯାଦବ ଭଦ୍ରା ଛତୁ ଗୋଟାଉ ଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ଉଭୟଙ୍କୁ ଉଦ୍ଧାର କରି ଚିକିସ୍ଥା ପାଇଁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଇରଙ୍ଗପୁର ବନଖଣ୍ଡ ଅଂଚଳରେ ଦିନକୁ ଦିନ ଭାଲୁ ଆକ୍ରମଣ ବଢି ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ କୋଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି।
Related Posts
ଅଘଟଣ : ଘର ଭାଙ୍ଗି ଶୋଇଥିବା ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
4 March 2021
ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ
3 March 2021