ପାଟଣା ରେଞ୍ଜରେ ଭାଲୁ ଆତଙ୍କ, ଜଣେ ଗୁରୁତର

Published By : Prameya-News7 Bureau | July 08, 2020 IST

ପାଟଣା୭/୮: କେନ୍ଦୁଝର ଜିଲ୍ଳା ପାଟଣା ବନାଞ୍ଚଳ ଅନ୍ତର୍ଗତ ମାଛଗଡ଼ ବିଟ ଅଞ୍ଚଳକୁ ବୁଧବାର ସକାଳୁ ଦୁଇ ଭାଲୁ ପଶି ଆସିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗୋଟିଏ ଭାଲୁ ମୟୁରଭଞ୍ଜ ଜଙ୍ଗଲକୁ ଚାଲି ଯାଇଥିବା ବେଳେ ଗୋଟିଏ ଭାଲୁ ଗାଁକୁ ପଶି ଲୋକଙ୍କୁ ଆକ୍ରମଣ କରିବାରେ ଲାଗିଛି। ଉଭୟ ବନବିଭାଗ ଓ ସ୍ଥାନୀୟ ଲୋକଙ୍କୁ ଭାଲୁଟି ନାକେ ଦମ କରିଛି। ବୁଧବାର ସକାଳୁ ଓସ୍ତ ଯୋଡି ଗ୍ରାମର ସୁଦାମ ନାଏକ ଭାଲୁ ଆକ୍ରମଣର ଶିକାର ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଆଜି ସନ୍ଧ୍ୟାରେ ଭାଲୁଟି କମାର ମରା ଓ ମାଛଗଡ଼ ବଜାରରେ ଆତଙ୍କ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.