ଜଙ୍ଗଲକୁ ରାତି କଟାଇବାକୁ ଯାଇଥିଲେ, ତମ୍ବୁ ଭିତରୁ ଘୋଷାଡି ନେଲା ଭାଲୁ

Published By : Prameya-News7 Bureau | July 10, 2021 IST

ନୂଆଦିଲ୍ଲୀ, ୧୦/୦୭: ଅନେକ ବ୍ୟକ୍ତି ଜଙ୍ଗଲରେ କ୍ୟାମ୍ପିଂ ବା ଘରଠୁ ଦୂରରେ ଜଙ୍ଗଲ ଭିତରେ ରାତି କଟାଇବାକୁ ପସନ୍ଦ କରିଥାନ୍ତି । ଏହି ସମୟରେ ଏପରି କିଛି ଘଟଣା ଘଟିଯାଏ ଯାହା ସମସ୍ତଙ୍କୁ ଚକିତ କରିଦିଏ । କିଏ ଜଙ୍ଗଲି ଜନ୍ତୁଙ୍କ ଶିକାର ହୋଇଥାନ୍ତି ତ ପୁଣି ଆଉ କେହିକେହି ନିଖୋଜ ହେବାର ମଧ୍ୟ ଖବର ରହିଛି । ଏପରି କିଛି ଘଟଣା ଘଟିଛି ଆମେରିକାର ମୋଣ୍ଚାନା ଜଙ୍ଗଲରେ । ଜଣେ ମହିଳାଙ୍କୁ ଟେଣ୍ଟ ଭିତରୁ ଭାଲୁ ଟାଣି ନେଇଯାଇଛି  ।

ସୂଚନାନୁସାରେ, ୬୫ ବର୍ଷୀୟ କାଲିଫର୍ଣ୍ଣିଆର ଜଣେ ମହିଳା ଡେଭିସ୍ ଲୋକେନ ଜଙ୍ଗଲରେ କ୍ୟାମ୍ପିଂ କରିବାକୁ ଯାଇଥିଲେ । ତାଙ୍କ ସହ କିଛି ବନ୍ଧୁ ମଧ୍ୟ ସାଇକେଲ ଧରି ଜଙ୍ଗଲରେ ଟେଣ୍ଟ୍ କରି ରହିଥିଲେ ।ଲୋକେନ ଗୋଟିଏ ତମ୍ବୁଲରେ ଶୋଇଥିବା ବେଳେ ତାଙ୍କ ବନ୍ଧୁମାନେ ଅନ୍ୟ ଏକ ତମ୍ବୁରେ ଶୋଇଥିଲେ । ଏହି ସମୟରେ ତମ୍ବୁ ପାଖାପାଖି ଗୋଟିଏ ଭାଲୁ ବୁଲୁଥିବା କେହିକେହି ଦେଖିବାକୁ ପାଇଥିଲେ । ଏପରିକି ଶୋଇବା ପୂର୍ବରୁ ତମ୍ବୁ ମଧ୍ୟରୁ ସମସ୍ତ ଖାଦ୍ୟ ସାମଗ୍ରୀକୁ ହଟାଇ ଦିଆଯାଇଥିଲା ।

କିନ୍ତୁ ରାତି ୩ଟା ୧୫ରେ ଭାଲୁଟି ଲୋକେନଙ୍କୁ ଟାଣି ଜଙ୍ଗଲ ମଧ୍ୟକୁ ନେଇଯାଇଥିଲା । ଅନ୍ୟ କ୍ୟାମ୍ପରେ ଥିବା ବନ୍ଧୁମାନେ ଭାଲୁକୁ ଦେଖି ପାଟି କରିବା ସହ ଲୋକେନଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ଏପରିକି କିଛି ରସାୟନ ପଦାର୍ଥ ସ୍ପ୍ରେ କରିଥିଲେ । ଏହାପରେ ଭାଲୁଟି ଲୋକେନଙ୍କୁ ପଳାଇଥିଲା । ତୁରନ୍ତ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଁଚିଥିଲେ ମଧ୍ୟ ଲୋକେନଙ୍କୁ ରକ୍ଷା କରିପାରିନଥିଲା ।

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଭାଲୁଟି ପ୍ରାୟ ୨୦୦ କେଜିର ହେବ ବୋଲି ଅନୁମାନ କରାଯାଉଛି । ଭାଲୁର କିଛି ଭିଡିଓ ମଧ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଚି । ତେବେ ପୋଲିସ କିମ୍ବା ବନ ବିଭାଗ ଟିମ୍ ଭାଲୁର କୌଣସି ପତ୍ତା ପାଇନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.