Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଭାଲୁ ଦେଖାଇଲା ଏମିତି ବୁଦ୍ଧିମତା, ସାମାଜିକ ଗଣମାଧ୍ୟମରେ ଖୁବ୍ ହେଉଛି ପ୍ରଶଂସା

8/05/2020 at 8:15 PM

ନୂଆଦିଲ୍ଲୀ ୦୮।୦୫: କରୋନା ଭାଇରସ୍‌ ପୂରା ଦୁନିଆକୁ ମଙ୍ଗୁ କରି ଦେଇଛି। ଲୋକେ ଫ୍ରି ଥିଲେ ମଧ୍ୟ ନିଜ ସାଙ୍ଗ, ସାଥୀ ଓ ବନ୍ଧୁ ପରିଜନଙ୍କୁ ଭେଟି ପାରୁ ନାହାନ୍ତି, ବାହାରକୁ ବୁଲିବାକୁ ଯାଇ ପାରୁ ନାହାନ୍ତି। କରୋନା ସଂକ୍ରମଣ କାରଣରୁ ଭାରତ ସହିତ ଅନେକ ଦେଶ ସଂପ୍ରତି ଲକ୍‌ଡାଉନ୍‌ରେ। କରୋନାର ଶୃଙ୍ଖଳକୁ ଭାଙ୍ଗିବା ଲାଗି ନିଜ ନିଜ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ପ୍ରକୃତିର ଏହି ମହାସଙ୍କଟରେ ମଣିଷ ଯେଉଁଠି ବନ୍ଦୀ ହୋଇ ଯାଇଛି ସେହି ସମୟରେ ପଶୁ, ପକ୍ଷୀ, ଜୀବ ଜନ୍ତୁ ଚାରି ଆଡେ ନିର୍ଭୟର ସହ ବିଚରଣ କରୁଛନ୍ତି। ଯେଉଁ ପଶୁଙ୍କୁ ରାତିରେ ମଧ୍ୟ ବୁଲିବା ଦେଖିବାକୁ ମିଳେ ନାହିଁ ସେଠି ଏବେ ଦିନ ଦ୍ଵିପ୍ରହରରେ ସଡକରେ ବୁଲୁଥିବା ଦେଖିବାକୁ  ମିଳିଛି। ଲକ୍‌ଡାଉନ୍‌ ମଧ୍ୟରେ ଭାରତ ସମେତ ପୂରା ଦୁନିଆର ଜୀବ ଜନ୍ତୁ ମସ୍ତି କରି ଖୋଲା ଆକାଶ ତଳେ ଶାନ୍ତିର ନିଃଶ୍ଵାସ ମାରୁଥିବା ଚିତ୍ର ସାମ୍ନାକୁ ଆସୁଛି।

ସଂପ୍ରତି ସାମାଜିକ ଗଣମାଧ୍ୟମରେ ଗୋଟିଏ ଭାଲୁର ଭିଡିଓ ଖୁବ୍ ଭାଇରାଲ୍  ହେଉଛି। ବଲିଉଡ ଅଭିନେତା ଅରଶଦ ଓ୍ଵାରସୀ ଏହି ଭିଡିଓକୁ ସେୟାର କରିଛନ୍ତି। ଭିଡିଓରେ ଭାଲୁର ବୁଦ୍ଧିମତା ଦେଖି ଲୋକେ ବହୁତ ପ୍ରଶଂସା କରୁଛନ୍ତି। ଓ୍ଵାରସୀ ଭିଡିଓରେ କ୍ୟାପସନ୍ ଦେଇ ଲେଖିଛନ୍ତି, ଏବେ ତ ଭାଲୁ ବି ମଣିଷଠୁ ଅଧିକ ଚାଲାକ  ହୋଇଗଲା।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଭାଲୁ ନିଜର ମସ୍ତିରେ ଚାଲୁଛି। ସେହି ସମୟରେ ସଡକର ଏକ କଡରେ ଟ୍ରାଫିକର ଏକ ଉପକରଣ ପଡିଛି। ଭାଲୁ ଆସେ, ନିଜ ମୁହଁରେ ପଡିଥିବା ଜିନିଷକୁ ସଠିକ୍ ଜାଗାରେ ରଖି ଚୁପଚାପ୍ ତା ବାଟରେ ଚାଲି ଯାଉଛି। ଲୋକେ ଭିଡିଓ ଦେଖି ଭାଲୁ ହୃଦୟ ଜିତିଥିବା କହୁଛନ୍ତି। ଅନେକ ୟୁଜର୍ସ କହିଛନ୍ତି, ଯେଉଁଠି ମଣିଷ ଟ୍ରାଫିକର ଏହି ବସ୍ତୁର ନିୟମ ମାନେ ନାହିଁ ସେଠି ଏକ ପଶୁ ଏହାର ମହତ୍ଵ ବୁଝି ପାରୁଛି। ଭାଲୁର ଏହି ଭିଡିଉ ଖୁବ୍ ସେୟାର କରାଯାଉଛି।

   Related Posts