ସହର ଭିତରେ ଭାଲୁ ଆତଙ୍କ

Published By : Prameya-News7 Bureau | November 23, 2019 IST

ନୂଆପଡା ୨୩।୧୧ -  ନୂଆପଡା ଖରିଆର ରୋଡ୍ ରେ ଭାଲୁ ଆତଙ୍କ । ସହର ଭିତରେ ବୁଲୁଛନ୍ତି ୨ଛୁଆ ସହ ମା ଭାଲୁ । ବନ ବିଭାଗ ଏମାନଙ୍କୁ ଘଉଡାଇଛି । ରାତି ୮ ଟା ସମୟରେ ଖରିଆର ରୋଡ ସହର ର ଗୋପବନ୍ଧୁ ହାଇସ୍କୁଲ ପାଖାପାଖି ୨ ଛୁଆ ସହ ମାଇ ଭାଲୁ ବୁଲୁଥିବା ଲୋକେ ଦେଖି ଏହାର ଭିଡିଓ କରିଥିଲେ ।

ପରେ ବନ ବିଭାଗକୁ ଖବର ଦେବାପରେ ବନ ବିଭାଗ କର୍ମଚାରୀ ଆସିବା ବେଳେକୁ ଭାଲୁ ଜଙ୍ଗଲମୁହାଁ ହୋଇ ସାରିଥିଲେ । ପାଖ ସାଲିହା ଜଙ୍ଗଲ ରୁ ପ୍ରାୟ ସମୟରେ ସହର ମୁହାଁ ହୁଅନ୍ତି ଭାଲୁ । ଖାଦ୍ୟ ଅନ୍ବେଷଣରେ କେତେବେଳେ ଗାଁ ମୁହାଁ ତ କେତେବେଳେ ସହର ମୁହାଁ ହେଉଛନ୍ତି । ତେବେ ଲୋକଙ୍କୁ ସଜାଗ ରହିବା ପାଇଁ ବନ ବିଭାଗ ସଚେତନ କରୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.