Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲିମେଳା ଅଞ୍ଚଳରୁ ଉଦ୍ଧାର ହେଲା ଭାଲୁ, କିଛି ଦିନ ହେବ ଖେଳାଇଥିଲା ଆତଙ୍କ

ମାଲକାନଗିରି ୧୧।୯: ମାଲକାନଗିରି ଜିଲ୍ଲା ବାଲିମେଳାଠାରେ ବନ ବିଭାଗ ଦ୍ବାରା ଗୋଟିଏ ଭାଲୁକୁ ଉଦ୍ଧାର କରାଯାଇଛି । ଭାଲୁଟି ଗତ କିଛି ଦିନ ହେବ ବାଲିମେଳା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା । ସ୍ଥାନୀୟ ଲୋକେ ଭୟରେ ରହୁଥିବା ବେଳେ ବନ ବିଭାଗର କର୍ମଚାରୀମାନେ ଭାଲୁକୁ ଧରିବା ପାଇଁ ଯନ୍ତା ବସାଇବା ସହ ପ୍ରୟାସ ଜାରି ରଖିଥିଲେ । ଗତକାଲି ରାତି ପ୍ରାୟ ୨ଟା ସମୟରେ ଭାଲୁଟିକୁ ଯନ୍ତା ଦ୍ବାରା ଧରିବାରେ ବନ ବିଭାଗ ସଫଳ ହୋଇଛି ।

74 Views

   ସମ୍ବନ୍ଧିତ ଖବର