ଖେଳ ପଡ଼ିଆରେ ଫୁଟବଲ୍‌ ଖେଳୁଥିଲେ ଗାଁ ପିଲା, ହଠାତ୍‌ ପଡ଼ିଆ ଭିତରକୁ ଚାଲି ଆସିଲେ ଦୁଇଟି ଭାଲୁ, ତାପରେ...

Published By : Prameya-News7 Bureau | September 12, 2021 IST

ନବରଙ୍ଗପୁର ୧୨/୦୯: ଭାଲୁ କେତେ ବେଳେ ମଣିଷକୁ ମାରି ଆତଙ୍କ ଖେଳାଉଛି। ଆଉ କେତେ ବେଳେ ମଇଦାନରେ ଫୁଟବଲ ଖେଳି ମନୋରଞ୍ଜ କରୁଥିଲେ। ଏଭିଳି ୨ଟି ଭାଲୁ ଫୁଟବଲ ଖେଳୁଥିବା ଭିଡିଓ ସାମ୍ନାକୁ ଆସିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ସୁକିଗାଁରେ ଦେଖିବାକୁ ମିଳିଛି।

ଗ୍ରାମର ପିଲାମାନେ ଗାଁ ଜଙ୍ଗଲ ନିକଟ ଖେଳପଡିଆରେ ଫୁଟବଲ ଖେଳୁଥିଲେ। ହଠାତ୍ ଦୁଇଟି ଭାଲୁ ପଡିଆକୁ ଚାଲିଆସିଥିଲେ। ଦୁଇ ଭାଲୁ ଦୌଡ଼ି ଦୌଡ଼ି ଖେଳ ପଡିଆ ଭିତିରକୁ ଚାଲିଆସିବା ପରେ ମଇଦାନ ଛାଡି ଗାଁ ପିଲା ଦୌଡ଼ି ଥିଲେ। କିନ୍ତୁ ଦୁଇଟି ଭାଲୁ ଖେଳପଡିଆରେ ପଡିଥିବା ଫୁଟବଲକୁ ଧରି ଖେଳିବା ଆରମ୍ଭ କରିଥିଲେ। ଜଣେ ଖେଳାଳୀଙ୍କ ଭଳି ଭାଲୁ ୨ଟି ଗୋଡ଼ରେ ବଲ୍‌କୁ ଖେଳିବା ସହିତ ବଲକୁ ଉପରକୁ ଉଠାଇ ଖେଳିଥିଲେ। ବଲ୍ କେତେ ବେଳେ ଭାଲୁର ମୁଣ୍ଡ ଉପରକୁ ଉଠାଉଥିଲେ। ଆଉ କେତେ ବେଳେ ବଲକୁ ତଳକୁ ପକାଇ ଗୋଡ଼ରେ ମାରୁଥିଲେ।

wp:html https://www.youtube.com/watch?v=Aoc9RagUAW4 /wp:html

ଭାଲୁ ଦୁଇଟି ଫୁଟବଲ ଖେଳରେ ଏମିତି ମାତିଯାଇଥିଲେ। ଭାଲୁ ଗୋଡ଼ରେ ଠିଆ ହୋଇ ଫୁଟବଲ ସହିତ ଖେଳୁଥବା ଦେଖିବାକୁ ମିଳିଥିଲା। ଏପରି ଫୁଟବଲ ଖେଳ ଦେଖି ଖେଳାଳୀ ମାନେ ଉପଭୋଗ କରିବା ସହ ତାଳି ମାରି ଉତ୍ସାହିତ କରିଥିଲେ। ଗାଁର କେତେ ପିଲା ଭିଡିଓ ଉଠାଇ ସୋସିଆଲ ମିଡିଆରେ ଛାଡ଼ିଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.