Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଟ୍ରେନ୍ ଧକ୍କାରେ ଭାଲୁ ମୃତ

22/07/2020 at 11:30 AM

ଆଠମଲ୍ଲିକ ୨୨।୭: ଅନୁଗୋଳ ଜିଲ୍ଲା ହଣ୍ଡପା ରେଞ୍ଜ ଅନ୍ତର୍ଗତ ସବଲପୁର ଅନୁଗୋଳ ରେଳପଥର ନାକଚି ମଧୁପୁର ରେଳ ଧାରଣା କଡରୁ ଏକ ୧୦ ବର୍ଷର ଅଣ୍ଡିରା ଭାଲୁର ମୃତଶରୀର ଉଦ୍ଧାର କରିଛି ହଣ୍ଡପା ବନବିଭାଗ । ପାରିପାର୍ଶ୍ବିକ ସ୍ଥିତରୁ ଅନୁମାନ କରାଯାଉଛି ଯେ, ଭାଲୁଟି ରେଳ ଧାରଣା ପାର ହେଉଥିବା ସମୟରେ ଟ୍ରେନ୍ ଧକ୍କା ଦେଇଛି । ଯାହାଫଳରେ ଭାଲୁ ରେଳଧାରଣା କଡକୁ ଛିଟିକି ପଡିଛି ।

ଖବର ପାଇ  ହଣ୍ଡପା ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପ୍ରାଣୀ ଚିକିତ୍ସକ ଡାକ୍ତର ପହଞ୍ଚିଲେ ପୋଷ୍ଟମର୍ଟମ କରାଯିବ । ଏହି ରେଳ ଲାଇନରେ ବିଭିନ୍ନ ସମୟରେ ବନ୍ୟଜନ୍ତୁମାନେ ଦୁର୍ଘଟଣାର ଶିକାର ହେଉଥିଲେ ହେଁ ଆଜି ପର୍ଯ୍ୟନ୍ତ ବନବିଭାଗ ତରଫରୁ ବନ୍ୟଜନ୍ତୁ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା କରାଯାଉ ନଥିବାରୁ ଏହିପରି ଦୁର୍ଘଟଣା ଘଟୁଛି ।

   Related Posts