Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁର ମୃତ୍ୟୁ

20/07/2021 at 12:46 PM

ବୌଦ୍ଧ ୨୦।୭: ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବିରାମଚନ୍ଦ୍ରପୁରରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଭାଲୁର ମୃତ୍ୟୁ । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଭୋର ସମୟରେ ଗ୍ରାମର କିଛି ଲୋକେ ବିଦ୍ୟୁତ ତାରରେ ଝୁଲନ୍ତା ଅବସ୍ଥାରେ ଭାଲୁଟିକୁ ଦେଖିଥିଲେ ।  ସେମାନେ ତାକୁ ତଳକୁ ଓହ୍ଲାଇ ଦେଖିଲେ ଭାଲୁଟିର ମୃତ୍ୟୁ ହୋଇଛି ।

ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।  ଭାଲୁର ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପୋତି ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ ଅନେକ ଦିନରୁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଝୁଲି ରହିଥିବା ବିଦ୍ୟୁତ ବିଭାଗ ପାଖରେ ଖବର ଥିଲେ ମଧ୍ୟ ସେଥିପ୍ରତି ବିଭାଗ ଭୃକ୍ଷେପ କରିନଥିଲା ।  ଫଳ ସ୍ବରୂପ ଏକ ବନ୍ୟଜନ୍ତୁ ଭାଲୁ ମୃତ୍ୟୁର ପ୍ରମୁଖ କାରଣ ପାଲଟିଛି ।

   Related Posts