କଲେଜ ପରିସରରେ ବୁଲୁଛନ୍ତି ଭାଲୁ, ଲୋକେ ଭୟଭୀତ

Published By : Prameya-News7 Bureau | January 04, 2020 IST

ନୂଆପଡା ୪।୧: କଲେଜ ପରିସରରେ ବୁଲୁଛି ଭାଲୁ । ତାହାବି ଗୋଟିଏ କି ଦୁଇଟି ନୁହେଁ, ଏକା ସାଥିରେ ବଡ ବଡ ତିନୋଟି ଭାଲୁ କଲେଜ ନିକଟରେ ବୁଲୁଛନ୍ତି । ଏଭଳି ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ ।

{"id":206640,"sizeSlug":"large"}

ଜାତୀୟ ରାଜପଥ ୩୫୩ କୁ ଲାଗି ରହିଥିବା ନେସନାଲ କଲେଜର ପଛପଟେ ତିନୋଟି ଭାଲୁ ବୁଲୁଥିବାର କଲେଜ କର୍ମଚାରୀ ଦେଖିଥିଲେ । ହେଲେ ସେତିକି ବେଳକୁ କଲେଜ ଛୁଟି ହୋଇ ସାରିଥିଲା । କର୍ମଚାରୀମାନେ ନିଜ ମୋବାଇଲରେ ତାର ଭିଡିଓ ଉତ୍ତୋଳନ କରିଛନ୍ତି । ପୂର୍ବରୁ ସ୍ଥାନୀୟ ଖରିଆର ରୋଡରେ ସନ୍ଧ୍ୟା ସମୟରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା । ପାଖରେ ସାଲିହା ଭାଲୁ ସଂରକ୍ଷିତ ଜଙ୍ଗଲ ରହିଛି । ତା ଆଖପାଖରେ କ୍ରସରମାନ ରହିଥିବାବେଳେ ବ୍ଲାଷ୍ଟିଂ ପାଇଁ ବିଭିନ୍ନ ସମୟରେ ଭାଲୁ ଗାଁମୁହାଁ ହୋଇଥାନ୍ତି ।

{"id":206641,"sizeSlug":"large"}

ଏହାସହ କୋହଲା ପାଗ ହୋଇଥିବାରୁ ଭାଲୁ ବାହାରି ଆସୁଥିବା ଅନୁମାନ କରାଯାଉଛି । ଭାଲୁ ଏବେ ଜଙ୍ଗଲମୁହାଁ ହୋଇଥିଲେ ବି ପୁଣି ଫେରିବାର ସମ୍ଭାବନା ଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.