ମହିଳାଙ୍କୁ ମାରିବା ପରେ ବି ଶବକୁ ଜଗି ବସିଥିଲା ଭାଲୁ, ଦୁଇ ଦିନ ପରେ ଦୁଇ ଛୁଆ ସହ ମା’ ଭାଲୁକୁ ଘଉଡାଇଲା ବନବିଭାଗ

Published By : Prameya-News7 Bureau | January 09, 2020 IST

ନବରଙ୍ଗପୁର ୯।୧: ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ଗାଁ ଜଙ୍ଗଲ ମଧ୍ୟରେ ଅଭାବନୀୟ ଘଟଣା । ଭାଲୁ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାଁ ହେଲା ଗୌରୀ ଅମନାତ୍ୟ । ସେ ଜଙ୍ଗଲକୁ ଦାନ୍ତକାଠି ସଂଗ୍ରହ କରିବାକୁ ଯାଉଥିବା ବେଳେ ଭାଲୁ ଆକ୍ରମଣ କରିଥିଲା । ମୃତ ମହିଳାଙ୍କ ଶବକୁ ଜଗି ରହିଥିଲେ ମା’ ସହ ଦୁଇ ଛୁଆ ଭାଲୁ ।

{"id":208982,"sizeSlug":"large"}

ଗତ ଦୁଇଦିନ ହେଲା ମହିଳା ନିଖୋଜ ଥିଲେ । ତେବେ ପରିବାର ଓ ଗ୍ରାମବାସୀ ଦୁଇଦିନ ନିକଟସ୍ଥ ଜଙ୍ଗଲରେ ଖୋଜାଖୋଜି ଆରମ୍ଭ କରିଥିଲେ । ଆଜି ଖୋଜା ଖୋଜି କରିବା ସମୟରେ ମହିଳାଙ୍କ ମୃତ ହୋଇପଡିଥିବା ବେଳେ ଶବ ନିକଟରେ ମା’ ସହ ଦୁଇ ଛୁଆ ଭାଲୁ ଜଗି ରହିଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ଜଙ୍ଗଲ ବିଭାଗ ଏବଂ ପୋଲିସକୁ ଖବର ଦିଆଯାଇଥିଲା । ଭାଲୁ ଗୌରୀଙ୍କ ଶରୀରର କିଛି ଅଂଶ ଖାଇ ଦେଇଥିବା ଜଣାପଡିଛି ।

{"id":208983,"sizeSlug":"large"}

ଖବର ପାଇ ନବରଙ୍ଗପୁର ଏସପି ନିତୀନ କୁଶଲକର ଘଟଣାସ୍ଥଳରେ ପହଞ୍ଚିଥିଲେ । ଅପରପକ୍ଷରେ ବନ ବିଭାଗ କର୍ମଚାରୀମାନେ ଗାଁ ଲୋକଙ୍କ ସହାୟତାରେ ନିଆଁ ହୁଳା ଓ ବାଣ ଫୁଟାଇ ଜଙ୍ଗଲ ଭିତରେ ପଡିରହିଥିବା ଗୌରୀଙ୍କ ଶବକୁ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରୁ ମା’ ଓ ଦୁଇଟି ଛୁଆ ଭାଲୁ ଚାଲି ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.