ସହରରେ ବୁଲୁଛି ଭାଲୁ, ଲୋକେ ଆତଙ୍କିତ

Published By : Prameya-News7 Bureau | November 02, 2021 IST

କଳାହାଣ୍ଡି, ୦୨।୧୧ :  ସହରରେ ବୁଲୁଛି ଭାଲୁ । ଖାଦ୍ୟ ଅନ୍ୱେଷଣରେ ସହର ମୁହାଁ ଜଙ୍ଗଲୀ ଭାଲୁ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋକସରାର ଲଡୁଗାଁ ସହରରେ ।

ସୂଚନାନୁସାରେ, କୋକସରା ବ୍ଲକ ଲଡୁଗାଁ ସହରରେ ଶନିବାର ବିଳମ୍ବିତ ରାତିରେ ୩ ଭାଲୁ ପଶି ବୁଲୁଥିବା ଦେଖିବାକୁ ମିଳିଥିଲା ।  ଭାଲୁ ସହର ମଧ୍ୟକୁ ପଶି ଆସିବା ପରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ୩ ଗୋଟି ଭାଲୁ ମଧ୍ୟରେ ଗୋଟିଏ ବଡ଼ ଓ ୨ ଟି ଛୋଟ ଛୁଆ ଭାଲୁ ଥିବା ଜଣାପଡିଛି।

ତେବେ ଏହି ଘଟଣା ସହରରେ ପ୍ରଥମ ହୋଇଥିବା ଯୋଗୁଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ପରେ ଭାଲୁ ନିକଟବର୍ତ୍ତୀ ପାହାଡ଼କୁ ଚାଲି ଯାଇଥିବା ସୂଚନା ମିଳିଛି । ବନ ବିଭାଗ ଲୋକଙ୍କ ସୁରକ୍ଷା ପାଇଁ ସତର୍କ ଦୃଷ୍ଟି ଦେବାକୁ ଲଡୁଗାଁ ଅଞ୍ଚଳବାସୀ ଦାବି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.