Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ତେଲକୋଇ ରେଞ୍ଜରେ ଥମୁନି ଭାଲୁ ଆତଙ୍କ, ଆକ୍ରମଣରେ ୨ ଦିନରେ ଗୁରୁତର ହେଲେଣି ୩ ଜଣ

8/09/2021 at 10:03 AM

ତେଲକୋଇ ୮।୯: ତେଲକୋଇ ରେଞ୍ଜ କାଳିଆହତା ଫରେଷ୍ଟ ବିଟ୍ ଅଞ୍ଚଳରେ ଥମୁନି ଭାଲୁ ଆତଙ୍କ । ରକ୍ତମୁଖା ହୋଇପଡିଛି ସଂପୃକ୍ତ ଭାଲୁ । ଗତ ଦୁଇ ଦିନ ଧରି ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ହେଲେଣି । ମଙ୍ଗଳବାର ଗୁଡିକଂସର ଗାଁରେ ଦୁଇ ଜଣଙ୍କୁ ଭାଲୁ ଆକ୍ରମଣ କରିଥିବା ବେଳେ ବୁଧବାର କାଳିଆହତା ପଞ୍ଚାୟତର ସାରୁପାଟ ଗାଁରେ ଜଣଙ୍କୁ ରକ୍ତମୁଖା ଭାଲୁ ଆକ୍ରମଣ କରିଛି ।

ବୁଧବାର ସକାଳୁ ସାରୁପାଟ ଗାଁର ସୁରେଶ ମହାରଣା ବାଙ୍କଶାଳ ହୁଳି ନିକଟ ନିଜ ଧାନ ଜମିକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା । ତାଙ୍କର ଦୁଇ ଗୋଡକୁ ଗଭୀର ଭାବେ କ୍ଷତାକ୍ତ କରି ଗୋଡରୁ ମାସଂ ଛିଣ୍ଡାଇ ନେଇଛି । ଯନ୍ତ୍ରଣା ରେ ଛଟପଟ ହୋଇ ସୁରେଶ ପାଟି କରିଥିଲେ । ପାଟିଶୁଣି ଜମିକୁ ଆସିଥିବା ଅନ୍ୟ ଲୋକମାନେ ପହଞ୍ଚି ସୁରେଶଙ୍କୁ ଉଦ୍ଧାର କରିଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

   Related Posts