Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଡାକ୍ତରଖାନା ପରିସରରେ ଭାଲୁ ଆତଙ୍କ, ରୋଗୀ ଓ ସମ୍ପର୍କୀୟ ଭୟଭୀତ : ଦେଖନ୍ତୁ ଭିଡିଓ

27/11/2021 at 1:22 PM

ମାଲକାନଗିରି ୨୭।୧୧: ଡାକ୍ତରଖାନାରେ ଭିତରେ ଭାଲୁ ଆତଙ୍କ । ମାଲକାନଗିରି ଜିଲ୍ଲା ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ରାତି ୧୧ଟା ସମୟରେ ଦୁଇଟି ଭାଲୁ ୩୨୬ ନମ୍ବର ଜାତୀୟ ରାଜପଥ ଡେଇଁ ଡାକ୍ତରଖାନା ଭିତରେ ପ୍ରବେଶ କରିଥିଲେ । କିଛି ସମୟ ଧରି ଭାଲୁ ଦୁଇଟି ସେଠାରେ ଆତଙ୍କ ଖେଳାଇଥିଲେ ।

ତେବେ ଡାକ୍ତରଖାନା ପରିସରରେ ଥିବା କିଛି କୁକୁର ଦୀର୍ଘ ସମୟ ଧରି ଭୋକିବା ପରେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଖାନା ଭିତରୁ ବାହାରିଥିଲେ ଓ ପରେ ଭାଲୁ ଦୁଇଟିକୁ ସେଠାରୁ ତଡିବା ସହ ଭାଲୁର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ତେବେ ଏହି ଘଟଣାକୁ ନେଇ ମାଥିଲି ବନ ବିଭାଗ କୌଣସି ତତ୍ପରତା ଦେଖାଉ ନଥିବା ବେଳେ ଡାକ୍ତରଖାନା ଭିତରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଭିତରେ ଆତଙ୍କ ଖେଳିଯାଇଛି ।

   Related Posts