ଗାଁରେ ପଶିଛି ଭାଲୁ, ଭୟଭୀତ ଗ୍ରାମବାସୀ

Published By : Prameya-News7 Bureau | June 10, 2021 IST

ଆନନ୍ଦପୁର ୧୦।୬: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଜରଦା ଗାଁରେ ପଶିଛି ଭାଲୁ । ଭାଲୁକୁ ଦେଖି ଗାଁ ଲୋକେ ଭୟଭୀତ ହୋଇ ରହିଛନ୍ତି । ଖବର ଦେବାରୁ ବନ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳୁ ଭାଲୁଟି ଗାଁ ଭିତରେ ବୁଲୁଥିବା ଦେଖି ଲୋକେ ପାଟିତୁଣ୍ଡ କରିବାରୁ ଭାଲୁଟି ଗାଁରେ ଥିବା ବାଙ୍କେଶ୍ବର ମନ୍ଦିର ନିକଟ ଏକ ବୁଦା ତଳେ ଲୁଚି ରହିଛି । ବରାଙ୍ଗ ଜଙ୍ଗଲରୁ ଗପୁର ରାସ୍ତା ଦେଇ ଏହି ଭାଲୁଟି ଏନଏଚ ପାରି ହୋଇ ଜରଦା ଗାଁରେ ପଶିଥିବା ଅନୁମାନ କରାଯାଉଛି । ଭାଲୁଟି କିଭଳି ସୁରକ୍ଷିତ ଭାବେ ପୁଣି ଥରେ ଜଙ୍ଗଲକୁ ଚାଲିଯିବ ସେ ନେଇ ବନ ବିଭାଗ ଉଦ୍ୟମ ଆରମ୍ଭ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.