ଭାଲୁର କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ଭାଲୁଟିର ଯୌନାଙ୍ଗ ଓ ନଖ କାଟି ନେଇଛନ୍ତି ଦୁର୍ବୃତ୍ତ
31/03/2019 at 12:21 PM

ମାଲକାନଗିରି ୩୧|୩ : ମାଲକାନଗିରି ଜିଲ୍ଲାରେ ଦୁର୍ବୃତ୍ତଙ୍କ ଅମାନୁଷିକତା ସୀମା ଟପିଯାଇଛି । ଖୈରପୁଟ ବ୍ଲକ୍ କଦମଗୁଡା ପଞ୍ଚାୟତ ପାଣ୍ଡ୍ରାଗୁଡା ଗାଁ ନିକଟରୁ ଏକ ଭାଲୁର କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରିଛି ବନ ବିଭାଗ । ଭାଲୁଟିର ଯୌନାଙ୍ଗ କାଟିବା ସହ ନଖ ଗୁଡିକୁ କାଟି ନେଇଛନ୍ତି ଦୁର୍ବୃତ୍ତ । ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ଭାଲୁଟି ଆତଙ୍କ ସୃଷ୍ଟି କରୁଥିବାରୁ ତାକୁ ମରିଦେଇଥିବା ସନ୍ଦେହ କରାଯାଉଛି ।
ତେବେ ବର୍ତ୍ତମାନ ସୁଦ୍ଧା ଭାଲୁର ମୃତ୍ୟୁ ପଛରେ କଣ କାରଣ ରହିଛି ତାହା ଜଣା ପଡିନଥିଲେ ସୁଦ୍ଧା କିଛି ସ୍ଥାନୀୟ ଲୋକେ ଏଭଳି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।