ନବରଙ୍ଗପୁରରେ ଭାଲୁ ଛୁଆ ଉଦ୍ଧାର
31/01/2019 at 2:22 PM

ନବରଙ୍ଗପୁର ୩୧|୧: ଆମ୍ବତୋଟାରୁ ଭାଲୁ ଛୁଆ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଖରକିଗୁଡା ଆମ୍ବତୋଟାରୁ ଭାଲୁ ଛୁଆକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ ।
ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଖରକିଗୁଡା ଗାଁ ନିକଟ ଆମ୍ବତୋଟାରୁ ଭାଲୁ ଛୁଆ ଉଦ୍ଧାର ହୋଇଛି । ଭାଲୁ ଛୁଆଟି ଆମ୍ବତୋଟାରେ ବୁଲୁଥିବାର ଗ୍ରାମବାସୀମାନେ ଦେଖିଥିଲେ । ଗ୍ରାମବାସୀମାନେ ଭାଲୁ ଛୁଆଟିକୁ ସେଠାରୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁ ଛୁଆକୁ ସୁରକ୍ଷିତ ଅବସ୍ଥାରେ ଜଙ୍ଗଲରେ ଛାଡିଦେଇଛନ୍ତି । ଜଙ୍ଗଲ ପାଖକୁ ଲାଗି ଗାଁ ଥିବାରୁ ଭାଲୁ ଛୁଆଟି ପଶି ଆସିଥିବା ଜଣାପଡିଛି ।
Related Posts
ଜମିଜମା ବିବାଦରୁ ତୁମୁଳକାଣ୍ଡ, ଜଣଙ୍କୁ ମିଶି ମାରିଦେଲେ ଗ୍ରାମବାସୀ
28 January 2021