ଗୁରୁତର ଅବସ୍ଥାରେ ଭାଲୁ ଛୁଆକୁ ଉଦ୍ଧାର କଲା ବନ ବିଭାଗ
2/02/2020 at 8:41 AM

ପାଟଣା ୨।୨: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଫୁଲପାହାଡି ଜଙ୍ଗଲରୁ ଏକ ଭାଲୁଛୁଆ ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ ଭାଲୁ ଛୁଆକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ବନ ବିଭାଗ ।

ଭାଲୁଟିର ପେଟରେ ଗଭୀର କ୍ଷତ ହୋଇଛି । ବନ ବିଭାଗ ଭାଲୁ ଛୁଆଟିକୁ ଉଦ୍ଧାର କରି ଚିକିତ୍ସା କରୁଥିବା ଜଣାପଡିଛି । ଭାଲୁ ଛୁଆଟି ଦୁଇରୁ ତିନି ମାସର ହେବ ବୋଲି ପରେଷ୍ଟର ସୁକୁମାର ଜେନା ସୂଚନା ଦେଇଛନ୍ତି ।